ବ୍ରିଟେନରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ପାଇଁ ଚାଲିଛି ରେସ୍ । ସବୁଠୁ ଆଗରେ ଭାରତୀୟ ବଂଶୋଦ୍ଭବ ଋିଷି ସୁନକ

78

କନକ ବ୍ୟୁରୋ : ବିଟ୍ରେନ ପ୍ରଧାନମନ୍ତ୍ରୀ ରେସରେ ସବୁଠୁ ଆଗରେ ଭାରତୀୟ ବଂଶୋଦ୍ଭବ ତଥା କନଜରଭେଟିଭ ପାର୍ଟି ନେତା ଋିଷି ସନକ । ଭାରତୀୟ ବଂଶୋଦ୍ଭବ ଋିଷି ସୁନକ ପ୍ରଥମ ପର୍ଯ୍ୟାୟ ଭୋଟରେ ସବୁଠାରୁ ଆଗରେ ଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ବି ତାଙ୍କ ସପକ୍ଷରେ ଯାଇଛି । ଦ୍ୱିତୀୟ ପର୍ଯ୍ୟାୟରେ ଋିଷି ୧୦୧ ଭୋଟ୍ ପାଇ ସମସ୍ତଙ୍କ ଠାରୁ ଆଗରେ ରହିଛନ୍ତି । ପୂର୍ବତନ ଅର୍ଥମନ୍ତ୍ରୀ ସୁନକ ପ୍ରତିଦ୍ୱନ୍ଦ୍ୱୀମାନଙ୍କୁ ପଛରେ ପକାଇ ନିଜର ସ୍ଥିତି ସୁଦୃଢ଼ କରିବାରେ ଲାଗିଛନ୍ତି ।

ବାଣିଜ୍ୟ ମନ୍ତ୍ରୀ ପେନ୍ନୀ ମୋର୍ଡଂଟ ୮୩ ଭୋଟ୍ ପାଇଥିବା ବେଳେ ବିଦେଶ ମନ୍ତ୍ରୀ ଲିଜ୍ ଟ୍ରସ୍ ୬୪ ଭୋଟ୍ ହାସଲ କରିଛନ୍ତି । ଏହା ପୂର୍ବରୁ ପ୍ରଥମ ପର୍ଯ୍ୟାୟ ଭୋଟିଂରେ ଋିଷି ସନକଙ୍କୁ ଜବରଦସ୍ତ ସମର୍ଥନ ମିଳିଥିଲା । ସେ ୮୮ ଭୋଟ ସହ ସବୁଠୁ ଆଗରେ ରହିଥିଲେ । ଭୋଟିଂରେ ଋିଷି ସନକଙ୍କୁ ୨୫ ପ୍ରତିଶତ ସାଂସଦଦଙ୍କ ସମର୍ଥନ ସହ ୮୮ ଭୋଟ ମିଳିଥିଲା । ୨ୟ ସ୍ଥାନରେ ବ୍ରିଟେନର ପେନ୍ନୀ ମୋର୍ଡଂଟ ୬୭ ଭୋଟ ସହ ରହିଥିଲା ବେଳେ ଲିଜ ଟ୍ରସ ୫୦ ଭୋଟ ସହ ୩ୟ ସ୍ଥାନରେ ରହିଥିଲେ ।