ମାଆଝିଅଙ୍କ ମୃତ୍ୟୁପଛରେ ପ୍ରତିଶୋଧ ମୁଖ୍ୟକାରଣ। ଯାଜପୁରରେ ଘଟିଥିଲା ଅଭାବନୀୟ ଘଟଣା।

440

କନକ ବ୍ୟୁରୋ: ସଡକ ଦୁର୍ଘଟଣା ପଛରେ ରହିଛି ପ୍ରତିଶୋଧ । ରାସ୍ତା ଉପରେ ହୋଇଥିବା ସାମାନ୍ୟ ବଚସାକୁ କେନ୍ଦ୍ର କରି ମାଆ-ଝିଅଙ୍କ ଉପରେ ଟ୍ରକ ଚଢାଇ ଦେଇଛି ଡ୍ରାଇଭର । ଗତକାଲି ଯାଜପୁର ଜିଲ୍ଲା ଜେନାପୁର ଥାନା ବରଡା ଛକ ନିକଟରେ ହୋଇଥିବା ଦୁର୍ଘଟଣା ପଛରେ ରହିଛି ଏମିତି ଏକ ସାଙ୍ଘାତିକ କାରଣ । ପ୍ରତିଶୋଧ ପରାୟଣ ହୋଇ ଡ୍ରାଇଭର କରିଛି ଏଭଳି ନାରକୀୟ କାଣ୍ଡ । ସ୍କୁଟିରେ ଯାଉଥିବା ମାଆ-ଝିଅଙ୍କ ଉପରେ ମଡାଇ ଦେଇଛି ଟ୍ରକ ।

ସୂଚନା ଅନୁସାରେ ଗୋଟିଏ ସ୍କୁଟିରେ ସୁକିନ୍ଦା ଅଂଚଳର ଅଶୋକ ଚକ୍ରବର୍ତୀଙ୍କ ସ୍ତ୍ରୀ ଶ୍ରିତିକା ଚକ୍ରବର୍ତୀ ଓ ଝିଅ ସୋନାଲି କେନ୍ଦ୍ରାପଡା ଜିଲ୍ଲାରୁ ଶୁଦ୍ଧି ସାରି ଫେରୁଥିଲେ । ବାଟରେ ଗୋଟିଏ ସ୍କୁଟିରେ ସୁକିନ୍ଦା ଅଞ୍ଚଳର ଅଶୋକ ଚକ୍ରବର୍ତ୍ତୀଙ୍କ ସ୍ତ୍ରୀ ଶ୍ରିତିକା ଚକ୍ରବର୍ତ୍ତୀ ଓ ଝିଅ ସୋନାଲି ଚକ୍ରବର୍ତ୍ତୀ କେନ୍ଦ୍ରାପଡ଼ା ଜିଲ୍ଲାରୁ ଏକ ଶୁଦ୍ଧିକ୍ରିୟା ସାରି ଫେରୁଥିବା ବେଳେ ଏକ ଟ୍ରକ ମା ଓ ଝିଅ ଙ୍କୁ ପିଛା କରିବା ସହ ଅଶ୍ଳୀଳ ଇଙ୍ଗିତ କରୁଥିଲା। ଯୁବତୀ ଜଣକ ଏହାର ପ୍ରତିବାଦ ସ୍ବରୂପ ଆରୂହା ନିକଟରେ ୫୩ ନମ୍ବର ଜାତୀୟ ରାଜପଥ ଉପରେ ଗାଡି ଅଟକାଇଥିଲେ। ଏହା ପରେ ଉଭୟ ଙ୍କ ଭିତରେ ବଚସା ହୋଇଥିଲା। ପାଟି ତୁଣ୍ଡ ଶୁଣି ସ୍ଥାନୀୟ ଲୋକ ଘଟଣସ୍ଥଳରେ ପହଞ୍ଚି ଆପୋଷ ସମାଧାନ କରି ବିଦା କରିଥଲେ। ବଚସା ବେଳେ ଯୁବତୀ ଜଣକ ଡ୍ରାଇଭରକୁ ମାଡ଼ମାରିବା ସହ ନିଜ ମୋବାଇଲରେ ଫଟୋ ଉଠାଇ ଥିଲେ। ଏହାପରେ ଡ଼୍ରାଇଭର ଯୁବତୀ ଓ ତାଙ୍କ ମାଙ୍କୁ ଦେଖିଦେବି ବୋଲି ଧମକ ଦେଇ ଚାଲି ଯିବାର କିଛି ସମୟ ପରେ ବରଡା ଛକ ନିକଟରେ ସଂପୃକ୍ତ ଯୁବକଙ୍କ ଟ୍ରକ୍ ଧକ୍କାରେ ଯୁବତୀ ଓ ତାଙ୍କ ମା ଙ୍କର ଶୋଚନୀୟ ମୃତ୍ୟୁ ଘଟିଛି। ପ୍ରଥମରୁ ଏହି ଘଟଣା ଦୁର୍ଘଟଣା ବୋଲି ଜଣାପଡୁଥିବା ବେଳେ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ପରେ ଗଣ୍ଡଗୋଳରୁ ଏହି ଅମାନବୀୟ ଘଟଣା ଡ଼୍ରାଇଭର ଜଣକ ଘଟାଇଛି। ଜେନାପୁର ପୋଲିସ ଡ୍ରାଇଭର ତୋଟାକଣ ଗାଁର ଅମର ସ୍ଵାଇଁକୁ ଗିରଫ କରିଛି। ମୃତଦେହ ଦୁଇଟିକୁ ବଡ଼ଚଣା ଡାକ୍ତରଖାନା ରେ ବ୍ୟବଛେଦ କରଯାଇଛି।