ଜିଓଫୋନ୍ ୟୁଜର୍ସଙ୍କ ପାଇଁ ଖୁସିଖବର । ଦୀପାବଳି ପୂର୍ବରୁ ୪ ନୂଆ ‘ଅଲ୍ ଇନ୍ ୱାନ୍’ ପ୍ଲାନ ଘୋଷଣା କଲା କମ୍ପାନି, ୟୁଜର୍ସଙ୍କୁ ମିଳିବ ୫୬ ଜିବି ପର୍ଯ୍ୟନ୍ତ ଡାଟା ।

5,500

ଜିଓ ଫୋନ୍ ୟୁଜର୍ସଙ୍କ ପାଇଁ ଖୁସି ଖବର । କମ୍ପାନି ୟୁଜର୍ସଙ୍କ ପାଇଁ ମାସିକିଆ ଅଲ୍ ଇନ୍ ୱାନ୍ ପ୍ଲାନ ଘୋଷଣା କରିଛି । ଏହି ପ୍ଲାନଟି ୭୫ରୁ ୧୮୫ ଟଙ୍କା ମଧ୍ୟରେ ଉପଲବ୍ଧ । ଏହି ପ୍ଲାନ ଜିଓ ଫୋନ୍ ରିଚାର୍ଜ ପ୍ଲାନ୍ ସହ ଉପଲବ୍ଧ ହେବ । ଏହି ନୂଆ ମାସିକିଆ ପ୍ଲାନରେ ଜିଓରୁ ଜିଓ କଲିଙ୍ଗ ମାଗଣା ଦିଆଯିବ । ସେହିଭଳି ଅନ୍ୟ ନେଟୱର୍କକୁ ୫୦୦ ମିନିଟ୍ ପର୍ଯ୍ୟନ୍ତ କଲ୍ କରାଯାଇପାରିବ ।

ଜିଓଫୋନ୍ ଗ୍ରାହକଙ୍କୁ ସବୁଠୁ ଶସ୍ତା ୭୫ ଟଙ୍କିଆ ପ୍ଲାନରେ ମାସକୁ ୩ ଜିବି ଡାଟା ମିଳିବ । ସେହିଭଳି ୧୨୫, ୧୫୫, ୧୮୫ ଟଙ୍କାର ପ୍ଲାନରେ ଯଥାକ୍ରମେ ମାସକୁ ୧୪ ଜିବି, ୨୮ ଜିବି ଓ ୫୬ ଜିବିର ଡାଟା ପାଇପାରିବେ ଜିଓଫୋନ୍ ୟୁଜର୍ସ । ଏହି ସମସ୍ତ ପ୍ଲାନର ଅବଧି ୨୮ ଦିନ ରହିବ ।

ଏହାପୂର୍ବରୁ ଜିଓ ୟୁଜର୍ସଙ୍କ ପାଇଁ କମ୍ପାନି ସୋମବାର ନୂଆ ଟାରିଫ ପ୍ଲାନ ଆଣିଛି । ୨୨୨, ୩୩୩,୪୪୪,୫୫୫ ଟଙ୍କାର ଏହି ପ୍ଲାନର ଅବଧି ଯଥାକ୍ରମେ ୨୮, ୫୬, ୮୪ ଓ ୮୪ ଦିନ ରହିବ । ଏଥିରେ ଜିଓ ଗ୍ରାହକ ୧୦୦୦ ମିନିଟ୍ ପର୍ଯ୍ୟନ୍ତ ଅନ୍ୟ ନେଟୱର୍କକୁ କଲ୍ କରିପାରିବେ । କିନ୍ତୁ ଏହି ପ୍ଲାନକୁ ୟୁଜର୍ସ ଖାଲି ଯଦି କିଣିବାକୁ ଚାହୁଁଥାନ୍ତି ତେବେ ଏଥିପାଇଁ ୮୦ ଟଙ୍କା ଦେବାକୁ ପଡିବ । ଏସବୁ ଭିତରେ ଦୀପାବଳିରେ ଜିଓଫୋନ ମଡେଲର ମୂଲ୍ୟ ୫୦ ପ୍ରତିଶତ ହ୍ରାସ କରି ୬୯୯ ଟଙ୍କା କରିଛି କମ୍ପାନି ।