ବଦଳିଲେ ରିଆଲିଟି ସୋ ଦାଦାଗିରିର ଉପସ୍ଥାପକ ଅନୁଭବ: ଏଣିକି ସୁଦ୍ଧାନ୍ତ ମହାପାତ୍ର କରିବେ ଉପସ୍ଥାପନା

1,651

କନକ ବ୍ୟୁରୋ: ବଦଳିଲେ ଜୀ-ସାର୍ଥକର ରିଆଲିଟି ଶୋ ଦାଦାଗିରିର ଉପସ୍ଥାପକ ଓଲିଉଡ ଅଭିନେତା ଅନୁଭବ ମହାନ୍ତି । ଜି-ସାର୍ଥକରେ ପ୍ରସାରିତ ମନୋରଂଜନ ଭିତିକ କାର୍ଯ୍ୟକ୍ରମ ଦାଦାଗିରି-ହୃହୟର ମଂଚର ଉପସ୍ଥାପକକକୁ ବଦଳାଇଦେଇଛନ୍ତି ପ୍ରଯୋଜନା ସଂସ୍ଥା । ଅନୁଭବ ମହାନ୍ତିଙ୍କ ବଦଳରେ ଏବେ ଏହି ସୋର ଉପସ୍ଥାପନା କରିବେ ଓଲିଉଡର ଅଭିନେତା ସିଦ୍ଧାନ୍ତ ମହାପାତ୍ର । ତେବେ ହଠାତ୍ ଅନୁଭବଙ୍କ ସୋରୁ ଆଉଟ ନେଇ ବିଭିନ୍ନ ଚର୍ଚ୍ଚା ବଢିବାରେ ଲାଗିଛି ।

ଗତବର୍ଷ ଏହି ରିଆଲଟି ସୋ ଆରମ୍ଭ ହେବା ପରେ ଓଡିଆ ଦର୍ଶକ ମହଲରେ ସୋକୁ ନେଇ ଉକ୍ରଣ୍ଠା ପ୍ରକାଶ ପାଇଥିଲା । ଏପରିକି ରିଆଲିଟି ଶୋକୁ ବିଗତ ଦିନର ଜଣାଶୁଣା ଅଭିନେତ୍ରୀ ରଚନା ବାନାର୍ଜୀ ବି ଅତିଥି ହୋଇ ଆସିଥିଲେ । ଦିନେ ବିଜେଡିର ପୋଷ୍ଟର ବୟ ଥିଲେ ଅନୁଭବ । ଏହାଛଡା ବର୍ଷାଙ୍କ ସହ ପାରିପାରିକ ବିବାଦ ନେଇ ଚର୍ଚ୍ଚାକୁ ଆସିଥିଲେ । ବିଜେଡିରେ କଣଠେସା ହୋଇ ରହିଥିଲେ । ପଂଚାୟତ ଓ ପୌର ନିର୍ବାଚନରେ ଦଳ ତାଙ୍କୁ ଅଣଦେଖା କରିଥିଲା । ଏହାଛଡା ସାମ୍ବାଦିକ ଜାଗୃତି ଶୁକ୍ଳାଙ୍କ ସହ ଫଟୋ ଭାଇରଲା ନେଇ ସେ ବିବାଦ ଘେରକୁ ଆସିଥିଲେ । ତେଣୁ ଅନୁଭବଙ୍କ ଆଉଟ ହେବା ପଛରେ ଏହି କାରଣ ଥାଇପାରେ ବୋଲି ଚର୍ଚ୍ଚା ହେଉଛି ।