୩୫୦ ଟଙ୍କିଆ ମୁଦ୍ରା ଜାରି କରିବ ଆରିବିଆଇ ! ଜାଣନ୍ତୁ କ’ଣ ରହିଛି ମୁଦ୍ରାର ବିଶେଷତ୍ୱ ଆଉ ସାଧାରଣ ଜନତା କେବେ କରିବେ ବ୍ୟବହାର ?

82

ବଜାରକୁ ଆସିବ ୩୫୦ ଟଙ୍କିଆ ମୁଦ୍ରା । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଖୁବ ଶୀଘ୍ର ୩୫୦ ଟଙ୍କିଆ ଜାରି କରିବାପାଇଁ ଯାଉଛି । ଏହି ମୁଦ୍ରାକୁ ଗୁୁର ଗୋବିନ୍ଦ ସିଂ ଜୀ ମହାରାଜଙ୍କ ୩୫୦ ତମ ପ୍ରକାଶୋତ୍ସବରେ ସାଧାରଣ ଜନତାଙ୍କ ପାଇଁ ବଜାରରେ ଉପସ୍ଥାପନ କରିବ ଆରବିଆଇ ।

rbiଏହି ମୁଦ୍ରା ୪୪ ଏମଏମର ରହିବ । ରୂପା, ନିକେଲ, କପର ଓ ଜିଙ୍କ ମିଶ୍ରିତ ଧାତୁର ତିଆରି ହେବ ମୂଦ୍ରା । ମୁଦ୍ରାର ସାମ୍ନା ପାଖରେ ରହିବ ଅଶୋକ ସ୍ତମ୍ଭ ଓ ତଳେ ଲେଥା ରହିବ ‘ସତ୍ୟମବେ ଜୟତେ’ । ଏହାସହ ମୁଦ୍ରାର ଉଭୟ ପାର୍ଶ୍ୱରେ ଇଂରାଜୀରେ ଇଣ୍ଡିଆ ଓ ଦେବନାଗରୀ ଲିପିରେ ଭାରତ ଲେଥା ରହିବ । ଆଉ ଏହି ପଟେ ହିଁ ଟଙ୍କାର ଚିହ୍ନ ଓ ମଝିରେ ୩୫୦ ଲେଖା ରହିବ ।

ମୁଦ୍ରାର ପଛ ପାଖରେ ହରମିନ୍ଦର ଜୀ ପଟନା ସାହିବ ତକ୍ତର ଚିତ୍ର ରହିବ । ଏହି ଚିତ୍ର ଉପରେ ଓ ତଳେ ଇଂରାଜୀ ଓ ଦେବନାଗରୀ ଲିିପିରେ ଶ୍ରୀ ଗୁରୁ ଗୋବିନ୍ଦ ସିଂହଙ୍କ ୩୫୦ ପ୍ରକାଶୋତ୍ସବ ଲେଖା ରହିବା ସହ ୧୬୬୬-୩୦୧୬ ମଧ୍ୟ ଲେଖା ରହିବ । ଆରିବଆଇର ସୂଚନା ଅନୁସାରେ ଏହି ମୁଦ୍ରାର ଓଜନ ୩୪.୬୫ରୁ ନେଇ ୩୫.୩୫ ଗ୍ରାମ ମଧ୍ୟରେ ରହି । ତେବେ ବଜାରକୁ କେତେ ମୂଦ୍ରା ଛଡ଼ାଯିବା ଏନେଇ କିଛି ସ୍ପଷ୍ଟ କରିନାହିଁ ଆରବିଆଇ ।