ଓମିକ୍ରନ ଆତଙ୍କ ଭିତରେ ରେଭେନ୍ସା କଲେଜରେ ଏକାଠି ହେଲେ ହଜାର ହଜାର ପିଲା: ନାଚଗୀତରେ ଦଳିଦେଲେ କୋଭିଡ ନିୟମ

190

କନକ ବ୍ୟୁରୋ: ସାରା ଦେଶରେ ଏବେ ଓମିକ୍ରନ ଭୟ ଦେଖିବାକୁ ମିଳିଛି । ସେପଟେ ରାଜ୍ୟରେ ମଧ୍ୟ ୪ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇ ସାରିଲେଣି । ଏହାକୁ ଦୃଷ୍ଟିରେ ରଖି ସରକାର ପୁଣି କୋଭିଡ ନିୟମକୁ କଡାକଡି କରିଛନ୍ତି । ହେଲେ ଗତକାଲି ରେଭେନ୍ସା ବିଶ୍ୱବିଦ୍ୟାଳୟର ଚିତ୍ର ଆପଣଙ୍କୁ ନିଶ୍ଚୟ ଚମକାଇ ଦେବ । ବାର୍ଷିକ କ୍ରିଡା ମହୋତ୍ସବ ପାଳନ ବେଳେ ଏକାଠି ହୋଇଥିଲେ ହଜାର ହଜାର ଛାତ୍ରଛାତ୍ରୀ । ଆଉ ନାଚଗୀତ ବି କରିଥିଲେ ।

ତେବେ ଗତକାଲି ରେଭେନ୍ସା ବିଶ୍ୱ ବିଦ୍ୟାଳୟରେ କ୍ରିଡା ମହୋତ୍ସବ ପାଳନ ହୋଇଥିଲା । ଏହା ଶେଷ ହେବା ପରେ ରାତିରେ ଖେଳପଡିଆରେ ଛାତ୍ରଛାତ୍ରୀ ସାଂସ୍କୃତିକ କାର୍ଯ୍ୟକ୍ରମ କରିଥିଲେ । ଆଉ ଏଥିରେ ହଜାର ହଜାର ପିଲା ଏକାଠି ହୋଇ ନାଚ ଗୀତ କରୁଥିବାର ଦେଖିବାକୁ ମିଳିଥିଲା । କାହାରି ମୁହଁରେ ମାସ୍କ ନଥିଲା କି କେହି ସାମାଜିକ ଦୂରତା ମାନୁନଥିବା ଭିଡିଓରେ ଦେଖିବାକୁ ମିଳିଥିଲା ।