ଆସିଲା ରଶ୍ମିରେଖା ଓଝାଙ୍କ ପୋଷ୍ଟମର୍ଟମ୍ ରିପୋର୍ଟ: ଅଭିନେତ୍ରୀ ଆତ୍ମହତ୍ୟା କରିଥିବା ରିପୋର୍ଟରେ ଉଲ୍ଲେଖ

283

କନକ ବ୍ୟୁରୋ: ଟେଲିଭିଜନ ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ମୃତ୍ୟୁ ରହସ୍ୟ ବଢିବାରେ ଲାଗିଛି । ଏହାରି ଭିତରେ ରଶ୍ମିରେଖାଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିଛି । ଅଭିନେତ୍ରୀ ଜଣକ ଆତ୍ମହତ୍ୟା କରିଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ବେକରେ ରଶି ଲଗାଇ ଝୁଲି ପଡ଼ିବାରୁ ତାଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟରେ କୁହାଯାଇଛି । ତେବେ ଦେହର ଅନ୍ୟ କୌଣସି ସ୍ଥାନରେ କ୍ଷତ ଚିହ୍ନ ନାହିଁ । ତେଣୁ ରଶ୍ମିରେଖା ଓଝା ଆତ୍ମହତ୍ୟା କରିଥିବା ସ୍ପଷ୍ଟ ହୋଇଛି । ତେବେ ଅଭିନେତ୍ରୀ କାହିଁକି ଆତ୍ମହତ୍ୟା କଲେ ତାହା ଏବେ ବି ରହସ୍ୟ ଘେରରେ ରହିଛି । ସେପଟେ ସ୍ୱାମୀର ପରିଚୟ ଦେଇ ଅଭିନେତ୍ରୀଙ୍କ ସହ ଭଡା ଘରେ ରହୁଥିବା ସନ୍ତୋଷ ପାତ୍ରଙ୍କ ଖୋଜ ଖବର ମିଳୁନାହିଁ । ପରିବାର ଲୋକେ ରଶ୍ମିରେଖାଙ୍କ ମୃତ୍ୟୁ ପାଇଁ ସନ୍ତୋଷକୁ ଦାୟୀ କରୁଥିବାରୁ ପୁଲିସ ସନ୍ତୋଷର ଫୋନ ଟ୍ରାକିଂ କରି ଧରିବାକୁ ଉଦ୍ୟମ କରୁଛି ।