କାନପୁର ହିଂସା: ଏସଆଇଟିର ବଡ କାର୍ଯ୍ୟାନୁଷ୍ଠାନ। ବାବା ବିରିୟାନୀ ମାଲିକ ଗିରଫ। 

389

କନକ ବ୍ୟୁରୋ: କାନପୁର ହିଂସା ମାମଲାରେ ଏସଆଇଟି ବଡ କାର୍ଯ୍ୟାନୁଷ୍ଠାନ ନେଇଛି । ହିଂସା ଘଟାଉଥିବା ଅନେକ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ବର୍ତ୍ତମାନ ଆଉ ଜଣଙ୍କୁ ଗିରଫ କରାଯାଇଛି । କାନପୁରର ପ୍ରସିଦ୍ଧ ବାବା ବିରିୟାନୀ ମାଲିକ ମୁଖତାର ବାବାଙ୍କୁ ପୋଲିସ ଗିରଫ କରିଛି । ତେବେ ଅନ୍ୟ ସନ୍ଧିଗ୍ଧଙ୍କୁ  ମଧ୍ୟ ଶୀଘ୍ର ଗିରଫ କରାଯାଇପାରେ ।

ଜୁନ ୩ ତାରିଖରେ କାନପୁରରେ ହିଂସା ଘଟିଥିଲା । ଏହି ମାମଲାରେ ଏସଆଇଟି ବଡ କାର୍ଯ୍ୟାନୁଷ୍ଠାନ ନେଇ ବାବା ବିରିୟାନୀର ମାଲିକ ମୁଖତାରଙ୍କୁ ଗିରଫ କରିଛି । ପୋଲିସ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ମୁଖତାର ବାବା ହିଂସା ପାଇଁ ଫଣ୍ଡିଂ କରିଥିବା କହିଛି । କୁହାଯାଉଛି ହୟାତ ଜାଫର ହାସମୀ ନିଜ ସଂସ୍ଥା ପାଇଁ ମୁଖତାର ବାବା ଟଙ୍କା ଯୋଗାଡ କରିଥିଲେ । ମୁଖତାର ବାବା ଉପରେ ଅନେକ ଅପରାଧିକ ମାମଲା ରହିଛି । ଏପଟେ ଏସଆଇଟି ରାଡାରରେ ଅନେତ ସନ୍ଦିଗ୍ଧ ରହିଛନ୍ତି, ଏମାନଙ୍କ ବିରୋଧରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ହୋଇପାରେ ।

ଯାଞ୍ଚ ଏଜେନ୍ସି ପଚରାଉଚରା ବେଳେ ହିଂସାର ମାଷ୍ଟରମାଇଣ୍ଡ ଉଫର ହୟାତ ହାସମୀ ଅନେକ ନାଁ ସାମ୍ନାକୁ ଆଣିଥିଲା । ଏହି ତାଲିକାର ବାବା ବିରିୟାନୀର ନାଁ ମଧ୍ୟ ରହିଥିଲା । ବାବା ବିରିୟାନୀ ପଛର ଫୋପାଡୁଥିବା ଲୋକଙ୍କ ପାଇଁ ଖାଦ୍ୟ-ପାନୀୟର ବ୍ୟବସ୍ଥା କରିବା ସହ ଟଙ୍କା ବ୍ୟବସ୍ଥା କରିଥିଲା ।