ଆର୍ଥିକ ସଂସ୍ଥାମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତଙ୍କ ମିଳିତ ମଞ୍ଚର ଗଣ ସତ୍ୟାଗ୍ରହ

31

କନକ ବ୍ୟୁରୋ: ଆର୍ଥିକ ସଂସ୍ଥାମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତ ଜମାକାରୀଙ୍କୁ ରାଜ୍ୟ ସରକାର କର୍ପସ ପାଣ୍ଠିରୁ କ୍ଷତିପୁରଣ ପ୍ରଦାନ କରିବା ଦୂରର କଥା ଏଯାଏଁ ଜାମାକାରୀଙ୍କୁ ଚିହ୍ନଟ କରିପାରିନାହାନ୍ତି । କ୍ଷତିଗ୍ରସ୍ତ ଜମାକାରୀଙ୍କୁ କ୍ଷତିପୁରଣ ପ୍ରଦାନରେ ରାଜ୍ୟ ସରକାରଙ୍କର ଆଦୌ ଆନ୍ତରିକତା ନାହିଁ ବୋଲି କ୍ଷତିଗ୍ରସ୍ତଙ୍କ ମିଳିତ ମଂଚର ଉପଦେଷ୍ଟା ରବି ଦାସ ଅଭିଯୋଗ କରିଛନ୍ତି ।

ସେହିପରି ମିଳିତ ମଂଚର ଅନ୍ୟତମ ଉପଦେଷ୍ଟା ସୌମ୍ୟ ରଞ୍ଜନ ପଟ୍ଟନାୟକ ଓ ଆବାହକ ଜୟନ୍ତ ଦାସ ମଧ୍ୟ ଏହି ଅଭିଯୋଗକୁ ଦୋହରାଇଛନ୍ତି । ଦେବଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୂଖରେ ମିଳିତ ମଂଚ ପକ୍ଷରୁ ଆୟୋଜିତ ଜମାକାରୀ ଶୋଭାଯାତ୍ରା ଓ ଗଣ ସତ୍ୟାଗ୍ରହ ଅବସରରେ ଏଭଳି ଅଭିଯୋଗ ଆଣିବା ସହ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ପାଇଁ ଦାବି କରାଯାଇଛି ।

ଆଗାମୀ ନିର୍ବାଚନ ପୂର୍ବରୁ ଯଦି ସେମାନଙ୍କୁ କ୍ଷତିପୁରଣ ପ୍ରଦାନ କରାନଯାଏ ତେବେ ସରକାରଙ୍କୁ ଉଚିତ ଜବାବ ଦିଆଯିବ ଓ ସରକାର ଗାଦିଚ୍ୟୁତ ହେବେ ବୋଲି ଚେତାବନୀ ଦେଇଥିଲେ ।