ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲଙ୍କ ପତ୍ନୀଙ୍କ ଅଜବ ତପସ୍ୟା । ଦଣ୍ଡବତ ମୁଦ୍ରାରେ ୨୧ କିଲୋମିଟର କରୁଛନ୍ତି ପରିକ୍ରମା

620

କନକ ବ୍ୟୁରୋ : ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ତାଙ୍କର ଦାୟିତ୍ୱ ଗ୍ରହଣ କରିସାରିଛନ୍ତି । ମୁଖ୍ୟମନ୍ତ୍ରୀ ଦୌଡରେ ଥିବା ଅନେକ ବରିଷ୍ଠ ନେତାଙ୍କୁ ପଛରେ ପକାଇ ସେ ଆଶ୍ଚର୍ଯ୍ୟଜନକ ଭାବେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ପଦରେ ବସିଛନ୍ତି । ମୁଖ୍ୟମନ୍ତ୍ରୀ ଆସନରେ ବସିବା ପରେ ଭଜନଲାଲ ଗୋଟିଏ ପରେ ଗୋଟିଏ ଐତିହାସିକ ନିଷ୍ପତ୍ତି ନେବାରେ ଲାଗିଛନ୍ତି । ସେପଟେ ତାଙ୍କ ପତ୍ନୀ ଏକ କଠିନ ତପସ୍ୟାରେ ଲାଗିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଭଜନଲାଲଙ୍କ ସ୍ତ୍ରୀ ଗିରାଜ ପର୍ବତ ପରିକ୍ରମା କରୁଛନ୍ତି । ି ସେ ଏହି ୨୧ କିଲୋମିଟର ପରିକ୍ରମା ପାଦରେ ଚାଲି ଚାଲି ନୁହେଁ ବରଂ ଗଡିବା ପୋଜିସନରେ ପ୍ରଣାମ କରି କରି ଆଗକୁ ଯାଉଛନ୍ତି । ଏହିଭଳି ଆଗକୁ ଚାଲିଲେ ଅତିକମ୍ ରେ ତାଙ୍କୁ ଏହି ପରିକ୍ରମା ସମାପ୍ତ କରିବାକୁ ୫ ଦିନ ଲାଗିପାରେ ବୋଲି ଅନୁମାନ କରାଯାଉଛି ।

ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ଗିରାଜ ମହାରାଜାଙ୍କ ଜଣେ ବଡ ଭକ୍ତ ଅଟନ୍ତି । ଏବଂ ବହୁ ବର୍ଷଧରି ସେ ମଥୁରାର ଗୋବର୍ଦ୍ଧନ ପରିକ୍ରମା କରୁଛନ୍ତି । ତାଙ୍କ ପରିବାରର ସମସ୍ତ ବ୍ୟକ୍ତି ଭଗବାନ କୃଷ୍ଣଙ୍କର ବଡ ଭକ୍ତ । ଏବଂ ତାଙ୍କ ପନô୍ୀ ଗୀତା ଦେବୀ ତାଙ୍କ ପୁଅ ସହିତ ମଥୁରାର ଗୋବର୍ଦ୍ଧନ ପର୍ବତ ପରିକ୍ରମା କରୁଛନ୍ତି । ଗୀତା ଦେବୀଙ୍କ ଏହି ପରିକ୍ରମା ପ୍ରାୟ ୫ଦିନ ମଧ୍ୟରେ ସମାପ୍ତ ହେବ । ଗୀତା ଦେବୀ କଡା କଡି ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରହି ଦଣ୍ଡବତ ପରିକ୍ରମା ପୁରା କରୁଛନ୍ତି ।

ଏହି ଗୋବର୍ଦ୍ଧନ ପର୍ବତ ଉତ୍ତରପ୍ରଦେଶର ମଥୁରା ଜିଲ୍ଲାରେ ଅବସ୍ଥିତ । ଯାହା ରାଜସ୍ଥାନର ଭରତପୁର ସୀମା ନିକଟରେ ଅଛି । ଏହି ଗୋବର୍ଦ୍ଧନ ପର୍ବତ ୨୧ କିଲୋମିଟର ବ୍ୟାସାର୍ଦ୍ଧରେ ଲମ୍ବିଛି ଏବଂ ଏହା କୁ ପରିକ୍ରମା କରିବା ପାଇଁ ଦେଶର ବିଭିନ୍ନ କୋଣରୁ ଲକ୍ଷ ଲକ୍ଷ ଲୋକ ଆସୁଛନ୍ତି ।

କୁହାଯାଏ ଯେ ଯେତେବେଳେ ଇନ୍ଦ୍ରଦେବତା ତାଣ୍ଡବ ରଚିଥିଲେ ସେତେବେଳେ ଭଗବାନ ଶ୍ରୀ କୃଷ୍ଣ ଗିରାଜ ପର୍ବତକୁ ଉଠାଇ ବ୍ରଜବାସୀଙ୍କ ଜୀବନ ରକ୍ଷାକରିଥିଲେ । ସେବେଠାରୁ ଏହି ପର୍ବତକୁ ପୂଜା କରାଯାଏ । ଏହାସହ ଯେତେବେଳେ ଭଗବାନ ହନୁମାନ ଅଜ୍ଞାତ ଲକ୍ଷ୍ମଣଙ୍କୁ ବଂଚାଇବା ପାଇଁ ସଞ୍ଜୀବନୀ ଔଷଧ ସହିତ ସମଗ୍ର ପର୍ବତକୁ ଉପରକୁ ଉଠାଇଥିଲେ । ଏବଂ ପରେ ତାଙ୍କୁ ପର୍ବତକୁ ଫେରାଇବାକୁ ପଡିଥିଲା ଏବଂ ଏହାର ଏକ ଅଂଶ ଏଠାରେ ରଖାଯାଇଥିଲା ଯାହା ଆଜି ଗୋବର୍ଦ୍ଧନ ପର୍ବତ ଭାବରେ ପୂଜା କରାଯାଏ ।