କରୋନା କମିବା ପରେ ରେଳ ବିଭାଗର ନିଷ୍ପତ୍ତି । ଟ୍ରେନରେ ରନ୍ଧା ଖାଦ୍ୟ ଯୋଗାଇବାକୁ ଆଇଆରସିଟିସିକୁ ନିର୍ଦ୍ଦେଶ ଦେଲା ରେଳବୋର୍ଡ

127

କନକ ବ୍ୟୁରୋ: ଟ୍ରେନ ଯାତ୍ରୀଙ୍କୁ ରନ୍ଧା ଖାଦ୍ୟ ଯୋଗାଣ ପୁଣି ଆରମ୍ଭ କରାଯିବ । ରେଳ ବୋର୍ଡ ଏନେଇ ନିଷ୍ପତ୍ତି ନେଇଛି । କୋଭିଡ ମହାମାରୀ ପ୍ରଭାବ ଯୋଗୁଁ ରନ୍ଧା ଖାଦ୍ୟ ଯୋଗାଣ ଉପରେ କଟକଣା କରାଯାଇଥିଲା । ଏବେ ସ୍ଥିତିରେ ସୁଧାର ହେଉଥିବାରୁ ଏହି କଟକଣା ପ୍ରତ୍ୟାହାର କରିବାକୁ ରେଳ ବୋର୍ଡ ପକ୍ଷରୁ ଆଇଆରସିଟିସିକୁ ନିର୍ଦ୍ଦେଶ ଦିଆଯାଇଛି । ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ‘ରେଡି-ଟୁ-ଇଟ’ ମିଲ୍ ମଧ୍ୟ ପୂର୍ବଭଳି ଦିଆଯିବ । ରେଳ ବୋର୍ଡ ପକ୍ଷରୁ କୁହାଯାଇଛି ଯେ କୋଭିଡ ସ୍ଥିତିରେ ସୁଧାର ହେବା ପରେ ହୋଟେଲ ଓ ରେସ୍ତୋରାଁ ଗୁଡ଼ିକ ଉପରେ କରାଯାଇଥିବା କଟକଣା କୋହଳ ହୋଇଛି । ସେଥିପାଇଁ ଟ୍ରେନରେ ରନ୍ଧାଖାଦ୍ୟ ଯୋଗାଣ ଆରମ୍ଭ କରିବାକୁ ରେଳ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି । ଏବେ ଟ୍ରେନ ଭିତରେ କେବଳ ଚା’ ଓ କଫି, ସ୍ନାକ୍ସ ଓ ପ୍ୟାକେଟ୍ରେ ଭର୍ତ୍ତି ରହିଥିବା ରେଡି-ଟୁ ଇଟ ମିଲ ଦିଆଯାଉଛି । ଏହି ପ୍ୟାକେଟରେ ଥିଲା ନୁଡୁଲସ୍, ରାଜମ୍-ଚାୱଲ ଓ ସୁପ୍ । କେବଳ ଦୂରଗାମୀ ଟ୍ରେନରେ ଏହି ଭୋଜନ ମିଳୁଛି ।