ସରିଲା କାର୍ତ୍ତିକ ମାସ, ଆଜି ଛାଡଖାଇ । ଜାଣନ୍ତୁ, ଆମିଷ ବଜାରରେ କେତେ ରହିଛି ଦାମ…

854

କନକ ବ୍ୟୁରୋ: ସରିଲା କାର୍ତ୍ତିକ ମାସ, ଆଜି ଛାଡଖାଇ । ତେବେ ଆଜି ଶନିବାର ହୋଇଥିବାରୁ ବେପାର ମାନ୍ଦା ରହିଛି । ଆମିଷ ବଜାରରେ ବିଶେଷ ଭିଡ ଦେଖିବାକୁ ମିଳିନାହିଁ । ଛାଡଖାଇ ପାଇଁ ଯେମିତି ଗହଳି ଲାଗିବା କଥା ସେମିତି ଗହଳି ଲାଗିନାହିଁ । ଆଜି ଶନିବାର ଥିବାରୁ ଅନେକ ଲୋକ ଆମିଷ ଖାଉନାହାନ୍ତି । ଫଳରେ ଆସନ୍ତାକାଲି ରବିବାର ଦିନ ଆମିଷ ବଜାରରେ ଭିଡ ହୋଇପାରେ । ତଥାପି କିଛି ଲୋକ ଆମିଷ ବଜାରକୁ ଆସି ଆମିଷ କିଣିଛନ୍ତି । ଆଜି ମଟନ କିଲୋ ୭ଶହ ଟଙ୍କା ଥିବା ବେଳେ ଇଲିସି ୭ଶହରୁ ହଜାରେ ଟଙ୍କାରେ ବିକ୍ରି ହେଉଛି । ସେହିପରି ନଦୀ କଣ୍ଟିଆ ୩୨୦ଟଙ୍କା, ପୋହଲା ୨ଶହ ଟଙ୍କା, ପାମଫ୍ଲେଟ୩୫୦ ଟଙ୍କା ହୋଇଥିବା ବେଳେ କଙ୍କଡା ୨ଶହରୁ ୧୪ଶହ ଟଙ୍କାରେ ବିକ୍ରି ହେଉଛି ।