କନକ ବ୍ୟୁରୋ: ଆଜି ଢ଼େଙ୍କାନାଳ ଓ ଅନୁଗୁଳ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଢେଙ୍କାନାଳ ଜିଲ୍ଲାର ୪୪୮ ଗୋଟି ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭାରମ୍ଭ ସହିତ ୨ ଲକ୍ଷ ୯୪ ହଜାର ପରିବାରକୁ ୯ ଲକ୍ଷ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରିବାର ଯୋଜନା ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଦୁଇ ଜିଲ୍ଲାରେ ୯ ଲକ୍ଷ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରିବାର ଯୋଜନା ରହିଛି । ଏକା ସଙ୍ଗରେ ୮ଟି ବ୍ଲକ ସହିତ ୩ଟି ଏନଏସି, ପୌରାଞ୍ଚଳରେ ଏହି କାର୍ଡ ବଣ୍ଟନ କରାଯିବା ସେହିପରି ସଦର ବ୍ଲକ ୩୦ଟି ପଞ୍ଚାୟତରେ ୩୯ ହଜାର ୧୦୩ ଜଣ, ଗଁଦିଆର ୨୯ଟି ପଞ୍ଚାୟତରେ ୩୪ ହଜାର ୪୮୯, କାମାକ୍ଷାନଗର ବ୍ଲକ ୨୨ଟି ପଞ୍ଚାୟତରେ ୨୭ ହଜାର ୩୬୭, ହିନ୍ଦୋଳ ବ୍ଲକ ୩୫ଟି ପଞ୍ଚାୟତରେ ୪୫ ହଜାର ୩୧୭ ହିତାଧିକାରୀଙ୍କୁ ଏହି ସ୍ମାର୍ଟ କାର୍ଡ ବଣ୍ଟନ କରାଯିବ । ସେହିପରି ଜିଲ୍ଲା ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ୩୫୧ କୋଟି ୨୦ ଲକ୍ଷ ୧୭ ହଜାର ଟଙ୍କା ବ୍ୟୟରେ ନିର୍ମିତ ୨୩୪ ପ୍ରକଳ୍ପର ଶୁଭାରମ୍ଭ କରିବେ ।
ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନ ଓ ବିଭିନ୍ନ ଲୋକାଭିମୁଖୀ ପ୍ରକଳ୍ପର ଲୋକାର୍ପଣ ଏବଂ ଶିଳାନ୍ୟାସ କରିବାକୁ ଯାଉଛନ୍ତି।@HFWOdisha#SusthaOdisha#BijuSwasthyaKalyanYojana#BSKYpic.twitter.com/4CU3P3e2fM
— CMO Odisha (@CMO_Odisha) November 20, 2021