ସରକାର ବିକିଲେ ପିଆଜ ! କଳାବଜାରୀ ରୋକିବାକୁ ଯୋଗାଣ ବିଭାଗ ପକ୍ଷରୁ ଚଢାଉ

31

କନକ ବ୍ୟୁରୋ : ପିଆଜ ଦର ଉପରେ ଲଗାମ କଷିଛନ୍ତି ରାଜ୍ୟ ସରକାର । ଅଚାନକ ବଜାରରେ ପିଆଜ ଦର ବଢ଼ିବାରୁ ତା ଉପରେ ଅଙ୍କୁଶ ଲଗାଇବାକୁ ତତ୍ପର ହୋଇ ଉଠିଛି ଯୋଗାଣ ବିଭାଗ । ନାସିକରୁ ଆମଦାନୀ କମିବାରୁ ବଜାରରେ ପିଆଜ ଚଢା ଦରରେ ବିକ୍ରି ହେଉଥିବା କଥାକୁ ସ୍ୱୀକାର କରିଛନ୍ତି ଖୋଦ୍ ଖାଦ୍ୟ ଯୋଗାଣ ମନ୍ତ୍ରୀ ।

ପିଆଜ କଳ ବଜାରୀ ଖବର ପାଇବା ପରେ ରାଜ୍ୟ ସାରା ମାରାଥନ ରେଡ୍ କଲା ଖାଉଟି କଲ୍ୟାଣ ବିଭାଗ ।ବିଭିନ୍ନ ସ୍ଥାନରେ ଚଢ଼ାଉ ପରେ କିଲୋ ପିଛା ୧୭ ଟଙ୍କାରେ ବିକ୍ରି କରିବା ପାଇଁ ହୋଲସେଲରଙ୍କୁ ନିର୍ଦ୍ଦେଶ ଦେଇଛି ବିଭାଗ । ଯାହାକୁ ଖାଉଟିଙ୍କୁ ଅତି କମରେ ୨୦ ଟଙ୍କାରେ ବିକ୍ରି କରାଯିବ । ରେଟ୍ ଚାର୍ଟ୍ଟ ବି ଗୋଦାମରେ ଲଗାଇବା କରାଗଲା ବିଧ୍ୟତାମୂଳକ ।

ଏହି ଅଚଳାବସ୍ଥାର ସମାଧାନ ନ ହେବା ଯାଏ ଖାଉଟି କଲ୍ୟାଣ ବିଭାଗର ମୈତ୍ରୀ ଦୋକାନରେ ୧୮ ଟଙ୍କାରେ ବିକ୍ରି ପିଆଜ ବିକ୍ରି ହେଉଛି । ହେଲେ ଲୋକ ପିଛା ଦୁଇ କିଲୋର କଟକଣା ରହିଛି । ବାରମ୍ବାର ପିଆଜର ଚଢା ଦର ଖାଉଟିଙ୍କୁ କନ୍ଦାଉଛି । ତାଠାରୁ ଅସହ୍ୟ କଳା ବାଜାରୀ । ଏସବୁ ଉପରେ ରୋକ ନଲାଗିଲେ, ପିଆଜ କିଣିବାକୁ ଭୟ କରିବେ ଖାଉଟି ।