ଷ୍ଟେସନରେ ‘କୁଲି’ ହେଲେ ରାହୁଲ ଗାନ୍ଧୀ । ଉଠାଇଲେ ଯାତ୍ରୀଙ୍କ ଜିନିଷପତ୍ର । କୁଲି ଭାଇମାନଙ୍କ ସହ ପାଖରେ ବସି କଲେ ଆଲୋଚନା ।

160

କନକ ବ୍ୟୁରୋ: ରେଳ ଷ୍ଟେସନର କୁଲିଙ୍କୁ ଭେଟିଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସ୍ଥିତ ଆନନ୍ଦ ବିହାର ରେଳ ଷ୍ଟେସନରେ କାମ କରୁଥିବା ଷ୍ଟେସନ କୁଲିଙ୍କୁ ଭେଟିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଏହି ସମୟରେ ସେ କିଛି ଯାତ୍ରୀଙ୍କର ଜିନିଷ ପତ୍ର ମଧ୍ୟ ଉଠାଇଛନ୍ତି । ଆଉ କୁଲିଙ୍କ ସହିତ ବସି ତାଙ୍କ ସମ୍ପର୍କରେ ଆଲୋଚନା କରିଛନ୍ତି ।

କଂଗ୍ରେସ ପାର୍ଟି ଏନେଇ ଏକ ଫଟୋ ଟୁଇଟରରେ ସେୟାର କରିଛି । ଯେଉଁଥିରେ ଲେଖାଯାଇଛି ଯେ, ଜନନାୟକ ରାହୁଲ ଗାନ୍ଧୀ ଆଜି ଦିଲ୍ଲୀ ଆନନ୍ଦ ବିହାର ରେଳ ଷ୍ଟେସନରେ କୁଲି ସାଥୀମାନଙ୍କୁ ଭେଟିଛନ୍ତି । କିଛି ଦିନ ତଳେ ସେମାନଙ୍କର ଏକ ଭିଡିଓ ଭାଇରାଲ ହେଇଥିଲା । ଯେଉଁଥିରେ ସେ ରାହୁଲ ଗାନ୍ଧୀଙ୍କୁ ଭେଟିବାକୁ ଇଚ୍ଛା ଜାହିର କରିଥିଲେ । ତେଣୁ ରାହୁଲ ଗାନ୍ଧୀ ଆଜି ସେମାନଙ୍କୁ ଭେଟିବା ସହିତ ତାଙ୍କ ସହ କଥାବାର୍ତ୍ତା କରିଛନ୍ତି । ଭାରତ ଯୋଡ ଯାତ୍ରା ଜାରି ରହିଛି ।

ସୂଚନାଯୋଗ୍ୟ ଯେ, ଗତ କିଛି ସମୟ ଧରି ଲଗାତାର ଲୋକଙ୍କୁ ଭେଟୁଛନ୍ତି ରାହୁଲ ଗାନ୍ଧୀ । ପୂର୍ବରୁ ସେ ହରିୟାଣାରେ ଟ୍ରାକ୍ଟର ଚଲାଇବା ସହିତ ଚାଷୀ ଭାଇ ଭଉଣୀମାନଙ୍କୁ ଭେଟିଥିଲେ । ଏହାସହ ସେ ଜଣେ ମୋଟର ମେକାନିକଙ୍କୁ ମଧ୍ୟ ଭେଟିଥିଲେ । ଯେଉଁଠି ସେ ମୋଟର ମେକାନିକଙ୍କ ସହିତ କଥାବାର୍ତ୍ତା କରିବା ସହ ତାଙ୍କୁ ନିଜ ବାଇକ୍ ସମ୍ପର୍କରେ ମଧ୍ୟ ପଚାରି ବୁଝିଥିଲେ । ରାହୁଲ ଗାନ୍ଧୀଙ୍କୁ ସେହି ଭିଡିଓ ବେଶ ଭାଇରାଲ ହେଇଥିଲା ।