ପାରାଦୀପରେ ସେନାର ସମରାଭ୍ୟାସ : ୨ ଦିନ ଧରି ଚାଲିବ ‘ସାଗର କବଚ -୨’; ଉପକୂଳ ଓ ଜଳପଥ ସୀମାରେ କଡ଼ା ପ୍ରହରା

181

କନକ ବ୍ୟୁରୋ : ପାରାଦୀପରେ ସେନାର ସମରାଭ୍ୟାସ । ଦୁଇଦିନ ଧରି ଚାଲିବ ଏହି ମିଳିତ ସମରାଭ୍ୟାସ ସାଗର କବଚ –୨ । ୨୦୦୮ ନଭେମ୍ବର ମାସରେ ମୁମ୍ବାଇରେ ଆତଙ୍କବାଦୀ ଜଳପଥ ଦେଇ ଆକ୍ରମଣ କରିଥିଲେ । ଏହାପରେ ଜଳପଥରେ ଉପକୂଳର ସୁରକ୍ଷା ବ୍ୟବସ୍ଥାକୁ କଡାକଡା କରିବାକୁ ଯାଇ ଏହିଭଳି ସମରାଭ୍ୟାସ ହେଉଛି । ସମୁଦ୍ରରେ ଶତ୍ରୁକୁ ଚିହ୍ନଟ, ସାମୁଦ୍ରିକ ମତ୍ସ୍ୟଜୀବୀ ସମୁଦାୟକୁ ସୁରକ୍ଷା ଦେବା, ଯୋଗାଯୋଗ ଓ ଉପକୂଳ ସୁରକ୍ଷା ବ୍ୟବସ୍ଥାକୁ ସଠିକ ରଖିବା ଏହି ସମରାଭ୍ୟାସର ଉଦ୍ଦେଶ୍ୟ । ଉପକୂଳ ଓ ଜଳପଥ ସୀମାରେ କଡା ପ୍ରହରା ଦିଆଯାଉଛି । ମେରାଇନ, କୋଷ୍ଟ ଗାର୍ଡ, ନାଭାଲ, ବନ ବିଭାଗ, ମତ୍ସ୍ୟ ବିଭାଗ, ଗୁଇନ୍ଦା ବିଭାଗ ସମରାଭ୍ୟାସରେ ସାମିଲ ହୋଇଛନ୍ତି ।