ବରଗଡ଼ରେ ଆଇଟିର ବଡ଼ ଚଢ଼ାଉ : ଏକକାଳୀନ ୮୦ଟି ସ୍ଥାନରେ ଆଇଟି ରେଡ୍

742

କନକ ବ୍ୟୁରୋ : ବରଗଡ଼ରେ ବଡ଼ ଧରଣର ଆଇଟି ରେଡ଼ । ଟିକସ ଫାଙ୍କିବା ଅଭିଯୋଗରେ ଚାଟାର୍ଡ ଆକାଉଂଟାଟ ଓମ୍ ପନସାରୀଙ୍କ ଏକ ଫାର୍ମ ଓ ଘର ସମେତ ୮୦ଟି ସ୍ଥାନରେ ଚଢ଼ାଉ କରିଛି ଆୟକର ବିଭାଗ । ବାଲଗୋପାଲ ଅଏଲ ମିଲରେ ପ୍ରଥମେ ରେଡ୍ କରିଥିଲା ଆୟକର ବିଭାଗ । ଏହା ପରେ ଅନ୍ୟ ସ୍ଥାନରେ ରେଡ଼ କରାଯାଇଛି । ଏଥିରେ ବଡ଼ ବଡ଼ ମିଲର୍ସ, ବ୍ୟବସାୟୀ, ବିଲଡର୍ସ ଓ କଂଟ୍ରାକ୍ଟର ସମ୍ପୃକ୍ତ ଥିବା ସୂଚନା ମିଳିଛି । ସେହିପରି ବରଗଡ଼ କାଳୀମନ୍ଦିରରେ ନିକଟରେ ଥିବା ଗଜାନନ କମ୍ପେ୍ଲକ୍ସର ଅନିଲ ଅଗ୍ରୱାଲଙ୍କ ଏସ.ଏସ ଇନଫ୍ରା ସଲ୍ୟୁସନ୍ ଅଫିସ ଓ ଘରେ ରେଡ଼ କରିଛି ଆୟକର ବିଭାଗ ।