ରେଡିଓ ଚକଲେଟର ଅଭିନବ ପ୍ରୟାସ ! କଟକ ମହାନଦୀ ବିହାରରେ ଆରମ୍ଭ ହେଲା ‘ଷ୍ଟ୍ରିଟ ଷ୍ଟୋର’, ବାସହୀନଙ୍କୁ ମିଳିଲା ମାଗଣା ପୋଷାକ

43

କନକ ବ୍ୟୁରୋ : ରାସ୍ତା କଡରେ ଦୋକାନ । ମାଗଣାରେ ପୋଷାକ ପତ୍ର ନେଉଛନ୍ତି ବାସହୀନ ଲୋକେ । ଗରିବ ଲୋକଙ୍କ ମୁହଁରେ ହସ ଫୁଟାଇବା ପାଇଁ ରେଡିଓ ଚକୋଲେଟର ଅଭିନବ ପ୍ରୟାସ । ୧୦୪ ଏଫଏମ ରେଡିଓ ଚକଲେଟ କଟକ ମହାନଦୀ ବିହାର ଅଂଚଳରେ ଆୟୋଜନ କରିଛି ଅଷ୍ଟମ ଷ୍ଟ୍ରିଟଷ୍ଟୋର । ଏଥିରେ ସ୍ଥାନୀୟ ଅଂଚଳର ବହୁ ବସ୍ତିବାସିନ୍ଦା ଆସି ନିଜ ନିଜ ପସନ୍ଦ ପୋଷାକ ବାଛି ନେଇଛନ୍ତି । ରେଭେନସା ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଲୋକମାନଙ୍କ ଠାରୁ ବ୍ୟବହୃତ ହୋଇଥିବା ଲୁଗା ସଂଗ୍ରହ କରି ବସ୍ତି ଅଂଚଳର ଲୋକଙ୍କ ପାଇଁ ଏହି ଷ୍ଟୋର ମାଧ୍ୟମରେ ଏହି ପୋଷାକ ବଂଟାଯାଇଛି । ଆଗାମୀ ଦିନରେ ସାରା ରାଜ୍ୟରେ ଏପରି କାର୍ଯ୍ୟକ୍ରମ କରିବାକୁ ଯୋଜନା ରଖିଛି ରେଡିଓ ଚକଲେଟ୍ । ସେପଟେ ଏଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରିଛନ୍ତି ଲୋକେ ।

vlcsnap-2017-12-10-22h16m15s671ରେଡିଓ ଚକୋଲେଟ ଓ ରେଭେନସା ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମିଳିତ ସହଯୋଗରେ କଟକ ମହାନଦୀବିହାର ଅଂଚଳରେ ଆରମ୍ଭ ହେଲା ଷ୍ଟ୍ରିଟଷ୍ଟୋର । ଏହ ଷ୍ଟୋରରେ ପିଲାଙ୍କ ଠାରୁ ଆରମ୍ଭ କରି ବଡ ପର୍ଯ୍ୟନ୍ତ ସମର୍ସ୍ତଙ୍କ ପାଇଁ ମିଳୁଥିଲା ପୋଷାକ । ଆଉ ବେଶ ଖୁସିରେ ଅନେକ ନିଜ ମନ ମୁତାବକ ପୋଷାକ ନେଇଥିବା ବେଳେ ସ୍ଥାନୀୟ ଲୋକେ ଏଭଳି କାର୍ଯ୍ୟକ୍ରମ ପାଇଁ ଆୟାଜକଙ୍କୁ ବେଶ ପ୍ରସଂସା କରିଥିଲେ ।

ଗରିବ ଓ ବାସହୀନଙ୍କ ଲୋକଙ୍କ ମନରେ ଖୁସି ଭରିଦେବା ପାଇଁ ୧୦୪ ଏଫଏମ ଚ୍ୟାନେଲ ପକ୍ଷରୁ ଏହା ଏକ ଅଭିନବ ପଦକ୍ଷେପ । ଲଗାତାର ଏହିଭଳି ୮ ଥର ପାଇଁ ଏହି ଆୟୋଜନ କରୁଛି ୧୦୪ ଏଫଏମ । ତେବେ ଏଭଳି କାର୍ଯ୍ୟକ୍ରମକୁ ସ୍ଥାନୀୟ ଲୋକେ ବେଶ ପସନ୍ଦ କରିବା ସହ ବିଭିନ୍ନ ଘରୋଇ ସଂସ୍ଥା ଏହିଭଳି ସାମାଜିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କଲେ ସମାଜର ଗରିବ ଶ୍ରେଣୀୟ ଲୋକଙ୍କ ମୁହଁ ରେ ମଧ୍ୟ କିଛି ମୁହୁର୍ତ୍ତ ପାଇଁ ହସ ଫୁଟାଇ ହେବ ବୋଲି ସ୍ଥାନୀୟ ଲୋକ କହିଛନ୍ତି । ଏଭଳି ଏକ ନିଆରା କାର୍ଯ୍ୟକ୍ରମରେ ରେଡିଓ ଚକଲେଟର ନିର୍ଦ୍ଦେଶିକା ତନୟା ପଟ୍ଟନାୟକ ଯୋଗ ଦେଇ ଗରିବ ଲୋକଙ୍କୁ ପୋଷାକ ବାଣ୍ଟିଥିଲେ ।