ଟେଷ୍ଟ କ୍ରିକେଟକୁ ଅଲବିଦା କହିଲେ ଡି’କକ୍ । ଟୁଇଟ୍ କରି ସୂଚନା ଦେଲା କ୍ରିକେଟ୍ ଦକ୍ଷିଣ ଆଫ୍ରିକା

256

କନକ ବ୍ୟୁରୋ: ଟେଷ୍ଟ କ୍ରିକେଟକୁ ଅଲବିଦା କହିଲେ ଦକ୍ଷିଣ ଆଫ୍ରିକାର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ କ୍ୱିଣ୍ଟନ୍ ଡି’କକ୍ । ଏନେଇ ଦକ୍ଷିଣ ଆଫ୍ରିକା କ୍ରିକେଟ୍ ତରଫରୁ ଟୁଇଟ୍ କରି ସୂଚନା ଦିଆଯାଇଛି । ତେବେ ନିଜ ପରିବାର ସହିତ ଅଧିକ ସମୟ ବିତାଇବା ପାଇଁ ଡି କକ୍ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଇଛି ।

ଦକ୍ଷିଣ ଆଫ୍ରିକା କ୍ରିକେଟରେ ଡି କକ୍ ଜଣେ ଆଗଧାଡିର ଖେଳାଳି । ସେ ଦକ୍ଷିଣ ଆଫ୍ରିକାକୁ ଅନେକ ମ୍ୟାଚରେ ବିଜୟ ମଧ୍ୟ ଦେଇଛନ୍ତି । ତେବେ ୨୦୧୪ ମସିହା ଫେବୃଆରୀ ୨୦ ତାରିଖରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ କରି ଟେଷ୍ଟ ମ୍ୟାଚ୍ ଖେଳିଥିଲେ । ବାସ୍ ଏହାପରଠାରୁ ଆରମ୍ଭ ହୋଇଥିବା ତାଙ୍କ ଟେଷ୍ଟ ଯାତ୍ରା ଏବେ ଶେଷ ହୋଇଛି । ତେବେ ସେ ଧଳା ବଲରେ କ୍ରିକେଟ୍ ଖେଳ କିନ୍ତୁ ଜାରି ରଖିବେ ।