ମୃତ୍ୟୁ ପରେ କେତେ ସମ୍ପତ୍ତି ଛାଡିଗଲେ ରାଣୀ ଏଲିଜାବେଥ-୨, ଜାଣନ୍ତୁ ତାଙ୍କ ପରେ କିଏ ପାଇବ ଏହି ସମ୍ପତ୍ତି ?

1,001

କନକ ବ୍ୟୁରୋ : ବ୍ରିଟେନର ମହାରାଣୀ ଏଲିଜାବେଥ-୨ଙ୍କର ଗୁରୁବାର ଦିନ ମୃତ୍ୟୁ ହୋଇଛି ।  ୯୬ ବର୍ଷ ବୟସରେ ସେ ଇହଲୀଳା ତ୍ୟାଗ କରିଛନ୍ତି । ସେ ୧୯୫୨ ମସିହାରେ ବ୍ରିଟେନର ମହାରାଣୀ ଭାବେ ଅଭିଶିକ୍ତ ହୋଇଥିଲେ ।

ସେପଟେ ତାଙ୍କ ମୃତ୍ୟୁ ପରେ ତାଙ୍କ ସମ୍ପତ୍ତିକୁ ନେଇ ଭିନ୍ନ ଭିନ୍ନ ରିପୋର୍ଟ ପ୍ରକାଶ ପାଇଛି । ଫଚ୍ୟୁନ ମୁତାବକ ମହାରାଣୀଙ୍କ ମୃତ୍ୟୁ ପରେ ତାଙ୍କ ସମ୍ପତ୍ତିର ମୂଲ୍ୟ ୫୦୦ ମିଲିୟନ ଡଲାର ବା ୩୯,୮୫୮, ୯୭୫,୦୦୦ ଟଙ୍କା । ଏହି ସମ୍ପତ୍ତି ରାଜକୁମାର ଚାଲର୍ସଙ୍କୁ ରାଜା ହେବା ପରେ ଉତ୍ତରାଧିକାରୀ ସୂତ୍ରରେ ମିଳିବ ବୋଲି କୁହାଯାଉଛି ।

ବିଜନେଓ ଇନସାଇଡରର ଏକ ରିପୋର୍ଟ ମୁତାବକ ମହାରାଣୀଙ୍କ ବିନିଯୋଗ, କଳା ସଂଗ୍ରହ, ଗହଣା ଓ ରିଏଲଷ୍ଟେଟ ହୋଲ୍ଡିଂରୁ ମୋଟ ୫୦୦ ମିଲିୟନ ଡଲାର ସମ୍ପତ୍ତି ଠୁଳ କରିଥିଲେ । ଏହି ସମ୍ପତ୍ତି ମଧ୍ୟରେ ସିଣ୍ଡ୍ରିଘମ ହାଉସ ଓ ବାଲ୍ମୋରଲ କୈଶଲ ମଧ୍ୟ ସାମିଲ ରହିଛି । ଏବେ ତାଙ୍କର ମୃତ୍ୟୁ ହୋଇଥିବାରୁ ଏସବୁ ସମ୍ପତ୍ତି ରାଜକୁମାର ଚାଲର୍ସଙ୍କୁ ସମର୍ପିତ କରାଯିବ ।

ସେପଟେ ଏଲିଜାବେଥ୍ ଦ୍ୱିତୀୟଙ୍କ ମୃତ୍ୟୁପରେ ତାଙ୍କ ବଡପୁଅ ଚାଲର୍ସ ବ୍ରିଟେନର ରାଜା ହୋଇଛନ୍ତି । ୭୩ ବର୍ଷୀୟ ଚାଲର୍ସ ଏବେ ବ୍ରିଟେନ, ଅଷ୍ଟ୍ରେଲିଆ, କାନାଡା ଓ ନ୍ୟୁଜଲାଣ୍ଡ ଭଳି ୧୫ ଟି ଦେଶର ପ୍ରମୁଖ ହୋଇଛନ୍ତି । ରାଜପରିବାରର ନିୟମ ମୁତାବକ ଏଲିଜାବେଥ ଦ୍ୱିତୀୟଙ୍କର ମୃତ୍ୟୁ ହୋଇଥିବାରୁ ଚାଲର୍ସ ଏବେ ତାଙ୍କ ଦାୟୀତ୍ୱ ସମ୍ଭାଳିବେ । ଏଲିଜାବେଥ ଦ୍ୱିତୀୟଙ୍କ ମୃତ୍ୟୁ ପରେ ସଂଗେ ସଂଗେ ଚାଲର୍ସଙ୍କୁ ରାଜା ଭାବେ ଘୋଷଣା କରାଯାଇଛି । ଲଣ୍ଡନର ଜାମେସ ପ୍ୟାଲେସରେ ବରିଷ୍ଠ ସାଂସଦ, ସିଭିଲ ସର୍ଭେଣ୍ଟ ଓ ମେୟର ଚାଲର୍ସଙ୍କ ଔପଚାରିକ ଭାବେ ରାଜା ଘୋଷଣା କରିଛନ୍ତି ।