ପୁରୁଣା ଗାଡିକୁ ସ୍କ୍ରାପିଂ କଲେ ନୂଆ ଗାଡି ଉପରେ ମିଳିବ ଅଧିକ ରିହାତି : ଗାଡି କ୍ରେତା ଓ ପୁରୁଣା ଗାଡି ସ୍କ୍ରାପିଂ ସଂସ୍ଥାକୁ ଅଗ୍ରାଧିକାର

216

କନକ ବ୍ୟୁରୋ : ପୁରୁଣା ଗାଡିକୁ ସ୍କ୍ରାପିଂ କଲେ ନୂଆ ଗାଡି ଉପରେ ମିଳିବ ଅଧିକ ରିହାତି । ରାଜ୍ୟରେ ଯେପରି ୧୫ବର୍ଷରୁ ଅଧିକ ପୁରୁଣା ଗାଡିକୁ ଲୋକେ ଶୀଘ୍ର ସ୍କ୍ରାପିଂ କରିବେ ସେଥିପାଇଁ ରାଜ୍ୟ ସରକାର ପଞ୍ଜିକୃତ ଗାଡି ସ୍କ୍ରାପିଂ ସୁବିଧା ନୀତି ଆଣୁଛନ୍ତି । କେନ୍ଦ୍ର ସଡକ ପରିବହନ ମନ୍ତ୍ରଣାଳୟ ପୂର୍ବରୁ ପଞ୍ଜିକୃତ ଗାଡିସ୍କ୍ରାପିଂ ସୁବିଧା ନୀତି ଆଣିଥିବା ବେଳେ ଏହାକୁ ଆକର୍ଷଣୀୟ କରିବାକୁ ଏଥିରେ ଅଧିକ ରିହାତି ସୁବିଧା ଯୋଡାଯାଇଛି । ସ୍କ୍ରାପିଂ ନୀତିରେ କ’ଣ କ’ଣ ସୁବିଧା ଯୋଗାଇ ଦିଆଯିବ ସେନଇ ଚୂଡାନ୍ତ ନିଷ୍ପତ୍ତି ହୋଇଥିବା ବେଳେ ଆସନ୍ତା ନଭେମ୍ବରରେ ହେବାକୁ ଥିବା ମେକ ଇନ ଓଡ଼ିଶା କନକ୍ଲେଭରେ ଏହି ନୀତିକୁ କାର୍ଯ୍ୟକାରୀ କରାଯିବାକୁ ନିଷ୍ପତ୍ତି ହୋଇଛି ।

– ଗାଡି କ୍ରେତା ଓ ପୁରୁଣା ଗାଡି ସ୍କ୍ରାପିଂ ସଂସ୍ଥାକୁ ଅଗ୍ରାଧିକାର
– ଉଭୟ ପକ୍ଷକୁ ରିହାତି ସୁବିଧା ଯୋଗାଇ ଦିଆଯିବ
– ଅଧିକ ସଂସ୍ଥା ଓଡ଼ିଶାରେ ସ୍କ୍ରାପିଂ କେନ୍ଦ୍ର କରିବେ ସେ ନେଇ ପ୍ରସ୍ତୁତି
– ନଭେମ୍ବରରେ ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ହେବ ଏମଓୟୁ ସ୍ୱାକ୍ଷରିତ
– ସ୍କ୍ରାପିଂ କଲେ ରାଜ୍ୟ ସରକାରଙ୍କ ପଞ୍ଜିକୃତ ଗାଡି ସ୍କ୍ରାପିଂ ସୁବିଧା ଅନୁଯାୟୀ ରିହାତି
– ନୂଆ ଗାଡି କିଣିଲେ ଏକକାଳୀନ ମୋଟରଯାନ ଟିକସ ଉପରେ ୨୫% ଛାଡ
– ଏହା ପରିବହନ ପାଇଁ ବ୍ୟବହାର ହେଉନଥିବା ଗାଡି ଉପରେ ଲାଗୁ ହେବ
– ପରିବହନ ପାଇଁ ବ୍ୟବହାର ହେଉଥିବା ଗାଡି ଉପରେ ବି ରିହାତି
– ୮ବର୍ଷର ମୋଟରଯାନ ଟିକସ ଉପରେ ମିଳିବ ୧୫% ଛାଡ
– ନୂଆ ଗାଡି କିଣିବା ବେଳେ ଏକ୍ସ ସୋ’ ରୁମ ମୂଲ୍ୟ ଉପରେ ୬% ଛାଡ
– ଓଡ଼ିଶା ସରକାରଙ୍କ ଗାଡି ସ୍କ୍ରାପିଂ ସାର୍ଟିଫିକେଟ ଦେଖାଇଲେ ମିଳିବ ରିହାତି
– ଗାଡି ନିର୍ମାଣକାରୀ ସଂସ୍ଥା ଆଉ ୫% ରିହାତି ଦେବାକୁ କୁହାଯିବ
– ନିଜଆଡୁ ସ୍କ୍ରାପିଂ କରିବାକୁ ଆସିଲେ ସେମାନଙ୍କୁ ଗାଡିର ବକେୟା ଟିକସରେ ରିହାତି
– ବକେୟା ଟିକସ ଉପରେ ୯୦% ଛାଡ ମିଳିବ
– ଓଡ଼ିଶାରେ ସ୍କ୍ରାପିଂ କେନ୍ଦ୍ର ଖୋଲିଲେ ମିଳିବ ରିହାତି
– ୭ବର୍ଷ ପର୍ଯ୍ୟନ୍ତ ୨୫%ରାଜ୍ୟ ଜିଏସଟି ଫେରସ୍ତ କରାଯିବ
– ଇଡକୋ ପକ୍ଷରୁ ୧୦ଏକର ପର୍ଯ୍ୟନ୍ତ ଜମି ଯୋଗାଇ ଦିଆଯିବ
– ଷ୍ଟାମ୍ପ ଡ୍ୟୁଟି ସବସିଡି ସୁବିଧା ମିଳିବ
– ଭିତ୍ତିଭୂମି, ଯନ୍ତ୍ରାଂଶ, ସରଂଜାମରେ ପୁଞ୍ଜିନିବେଶ କଲେ ସଂସ୍ଥାକୁ ମିଳିବ ରିହାତି
– ପୁଞ୍ଜିନିବେଶର ୧୦% ବା ସର୍ବାଧିକ ୧କୋଟି ଯୋଗାଇ ଦିଆଯିବ
– ପଞ୍ଜିକୃତ ଗାଡି ସ୍କ୍ରାପିଂ ସୁବିଧାକୁ ଶିଳ୍ପ ୟୁନିଟ ମାନ୍ୟତା ମିଳିବ
– ୫ବର୍ଷ ପର୍ଯ୍ୟନ୍ତ ବିଦ୍ୟୁତ ବିଲ ଉପରେ ୫୦% ଛାଡ ସୁବିଧା ମିଳିବ