ରାୟଗଡ଼ା କାଶୀପୁରରେ ନିୟନ୍ତ୍ରଣକୁ ଆସୁନି ହଇଜା : ୨୪ ଦିନରେ ଗଲାଣି ୧୩ ଜୀବନ; କ୍ୱାକ୍ ବା ନକଲି ଡାକ୍ତର ଭରସାରେ ଶହ ଶହ ଲୋକ

88

କନକ ବ୍ୟୁରୋ : ରାୟଗଡ଼ା କାଶୀପୁର ବ୍ଲକରେ ଗମ୍ଭୀର ରୂପ ନେଉଛି ହଇଜା । ସବୁ ପ୍ରକାର ଚେଷ୍ଟା ପରେ ନିୟନ୍ତ୍ରଣକୁ ଆସୁନାହିଁ ହଇଜା । ୨୪ ଦିନରେ ୧୩ ଜଣଙ୍କ ଜୀବନ ଗଲାଣି । କାଶୀପୁର ବ୍ଲକର ବିଭିନ୍ନ ଗାଁ ମାନଙ୍କରେ କାଳ ସାଜିଛନ୍ତି କ୍ୱାକ୍ । ଅନେକ ଗାଁ ମାନଙ୍କରେ କ୍ୱାକ୍ମାନଙ୍କ ଦ୍ୱାରା ଚିକିତ୍ସା ଚାଲିଛି ।

ଏଭଳିକି ଯେଉଁମାନଙ୍କ ମୃତ୍ୟୁ ହୋଇଛି ସେଥିରୁ କିଛି ଜଣ କ୍ୱାକ୍ ଦ୍ୱାରା ପ୍ରଥମେ ଚିକିତ୍ସିତ ହୋଇଛନ୍ତି । ଗୁରୁତର ଅବସ୍ଥାରେ ସରକାରୀ ମେଡିକାଲ ଆସିବା ପରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ଅନେକ ଗାଁରେ ଏବେ କ୍ୱାକଙ୍କ ରାଜୁତି ଚାଲିଛି । ପୂର୍ବରୁ ଲୋକଙ୍କର କ୍ୱାକ୍ ଦ୍ୱାରା ଚିକିତ୍ସା ହେବାର ଅଭ୍ୟାସ ରହିଛି । ଆଉ ସେହି ଅଭ୍ୟାସ ଏବେ କାଳ ସାଜିଛି ।