ରୁଷ-ୟୁକ୍ରେନ ଯୁଦ୍ଧ ଭିତରେ ପୁଟିନଙ୍କ ନୂଆ ପ୍ଲାନ, ଯୁଦ୍ଧ ମଇଦାନରେ ହରକତ ଦେଖାଇବେ କିଲର-ରୋବଟ୍

149

କନକ ବ୍ୟୁରୋ : ରୁଷ୍-ୟୁକ୍ରେନ୍ ଯୁଦ୍ଧକୁ ଇତି ମଧ୍ୟରେ ବର୍ଷେ ପୂରିଥିଲେ ହେଁ, ଯୁଦ୍ଧର କେବେ ସରିବ, ସେନେଇ କୌଣସି ଆଭାସ ମିଳିନାହିଁ । ଉଭୟ ରୁଷ୍ ଓ ୟୁକ୍ରେନ୍ କୌଣସି ପରିସ୍ଥିତିରେ ପଛଘୁଞ୍ଚା ଦେବା ପରିସ୍ଥିତିରେ ମଧ୍ୟ ନାହାନ୍ତି । ତେବେ ଏହି ଯୁଦ୍ଧ ବେଳେ ବିଶ୍ୱରେ ବଡ଼ ପରିବର୍ତନ ହୋଇଛି । ଏବେ ପ୍ରତିରକ୍ଷା କମ୍ପାନୀ ଏବଂ ବୈଜ୍ଞାନିକମାନେ ରୋବଟ୍ ପ୍ରସ୍ତୁତ କରିବାରେ ଲାଗିପଡ଼ିଛନ୍ତି । ନାଟୋ ଚଳିତ ବର୍ଷ ଜାନୁଆରୀ ୨୫ ତାରିଖରେ ଅଟୋନୋମସ ୱାର ରୋବଟ୍ସକୁ ନେଇ ନୂଆ ଯୋଜନା ପ୍ରସ୍ତୁତ କରିଛି । ଅର୍ଥାତ୍ ଯୁଦ୍ଧ ମଇଦାନରେ ହରକତ ଦେଖାଇବେ ରୋବଟ୍ । ଏହି ରୋବଟ୍ ଗୁଡ଼ିକ ଆର୍ଟିଫିସିଆଲ ଇଂଟେଲିଜେନ୍ସ ଦ୍ୱାରା ପରିଚାଳିତ ହେବେ । ଏହି ଅଟୋନୋମସ୍ ଏଆଇ ରୋବଟ୍ ଦ୍ୱାରା ଶତ୍ରୁପକ୍ଷ ଉପରେ ସହଜରେ ବିଜୟ ହାସଲ କରି ହେବ    ।