ଆସନ୍ତାକାଲିଠାରୁ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା: ପରୀକ୍ଷା ପୂର୍ବରୁ ସୋସିଆଲ ମିଡିଆରେ ଘୁରିବୁଲିଲା ନକଲି ପ୍ରଶ୍ନ

117

କନକ ବ୍ୟୁରୋ: ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା । ଚଳିତ ବର୍ଷ ୯୩ ହଜାର ୮୯୪ ଛାତ୍ରଛାତ୍ରୀ ଯୁକ୍ତ ଦୁଇ କଳାର ପରୀକ୍ଷା ଦେଉଛନ୍ତି । ତେଣୁ ପରୀକ୍ଷା ପୂର୍ବରୁ ସୋସିଆଲ ମିଡିଆରେ ଘୁରିବୁଲୁଥିବା ନକଲି ପ୍ରଶ୍ନ ଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି ସିଏଚଏସ୍ଇ କର୍ତୃପକ୍ଷ । ସୋସିଆଲ ମିଡିଆରେ ଛାତ୍ରଛାତ୍ରୀଙ୍କୁ ଠକିବା ପାଇଁ କିଛି ଅସାମାଜିକ ବ୍ୟକ୍ତି ଜାଲ ବୁଣିଛନ୍ତି । ନିଜ ପେଜ୍ର ଭ୍ୟୁ ବଢାଇବା ପାଇଁ ଏଭଳି ନକଲି ପ୍ରଶ୍ନ ପତ୍ର ଅପଲୋଡ୍ କରାଯାଉଛି । ସେସବୁ ବିଶ୍ୱାସ ନକରିବାକୁ ପରାମର୍ଶ ଦେଇଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କର୍ତୃପକ୍ଷ । ଏନେଇ ସାଇବର ଥାନାର ସହଯୋଗ ମଧ୍ୟ ନିଆଯାଇଛି । ଆସନ୍ତାକାଲି ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଆରମ୍ଭ ହେଉଥିବାବେଳେ କଳା ଓ ବାଣିଜ୍ୟ ପରୀକ୍ଷା ଏପ୍ରିଲ ୨ ତାରିଖରୁ ଆରମ୍ଭ ହେବ । ଚଳିତ ବର୍ଷ ୧୧ଶହ ୪୫ଟି ପରୀକ୍ଷା କେନ୍ଦ୍ରରେ ମୋଟ ୩ ଲକ୍ଷ ୫୭ହଜାର ୯୪୨ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । କଳାରେ ୨ଲକ୍ଷ ୩୩ହଜାର ୮୫୫ ଜଣ, ବାଣିଜ୍ୟରେ ୨୪ହଜାର ୩୩୧ଜଣ ଓ ଭୋକେସ୍ନାଲ୍ରେ ୫ହଜାର ୮୬୨ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ ।