ଆଜିଠୁ ଶ୍ରୀମନ୍ଦିର ସେବାୟତଙ୍କ ପୁଣି କୋଭିଡ ଟେଷ୍ଟ : ଆରଟିପିସିଆର ପଦ୍ଧତିରେ ପ୍ରତିଦିନ ୫୦ ଜଣଙ୍କ ପରୀକ୍ଷା କରାଯିବ; ଫେବ୍ରୁଆରୀ ୨୭ ଯାଏଁ ଚାଲିବ କୋଭିଡ ପରୀକ୍ଷା

43

କନକ ବ୍ୟୁରୋ : ଆଜିଠାରୁ ପୁରୀ ଶ୍ରୀମନ୍ଦିର ସେବାୟତଙ୍କ ପୁଣି କୋଭିଡ ଟେଷ୍ଟ କରାଯିବ । ପ୍ରତିଦିନ ୫୦ ଜଣ ସେବାୟତଙ୍କ ପରୀକ୍ଷା କରାଯିବ । ଆଉ ଏହି ପରୀକ୍ଷା ଆରଟିପିସିଆର ପଦ୍ଧତିରେ ହେବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି  । ଗ୍ରାଣ୍ଡରୋଡର ଉତ୍କଳ ହିନ୍ଦୀ ବିଦ୍ୟାପୀଠରେ ସେବାୟତମାନଙ୍କ କୋଭିଡ ଟେଷ୍ଟ କରାଯିବ । ଫେବ୍ରୁଆରୀ ୨୭ ଯାଏଁ ଏହି ପରୀକ୍ଷା ଚାଲିବ । ପ୍ରଥମେ ସୁଆର ଓ ମହାସୁଆରଙ୍କ କୋଭିଡ ଟେଷ୍ଟ ହେବ । ପରେ ପର୍ଯ୍ୟାୟକ୍ରମେ ଅନ୍ୟ ସେବାୟତଙ୍କ ପରୀକ୍ଷା କରାଯିବ  ।