ପୁରୀରେ ୧୯୩.୨ ମିମି ବର୍ଷା ରେକର୍ଡ : ଭାସିଲା ବଡଦାଣ୍ଡ, ଜନଜୀବନ ଅସ୍ତବ୍ୟସ୍ତ

39

କନକ ବ୍ୟୁରୋ : ଭାସିଲା ବଡଦାଣ୍ଡ । ଲଗାଣ ବର୍ଷାରେ ବେହାଲ ପୁରୀ ସହର । ପୁରୀରେ ୧୯୩.୨ ମିମି ବର୍ଷା ରେକର୍ଡ କରାଯାଇଛି । ବର୍ଷା ପାଣିରେ ବଡଦାଣ୍ଡ ଉବୁଟୁବୁ ହୋଇଛି । ପୁରୀ ରାସ୍ତାରେ ଆଣ୍ଠୁଏ ଉଚ୍ଚର ବର୍ଷା ପାଣି ପ୍ରବାଭିତ ହେଉଛି । ସହରର ବିଭିନ୍ନ ସ୍ଥାନରେ  ପାଣି ନିଷ୍କାସନ ହୋଇପାରିନି। ଘରୁ ବାହାରି ପାରିନଥିବାରୁ ଲୋକେ ଦହଗଞ୍ଜ । ଲଗାଣ ବର୍ଷା ଯୋଗୁଁ ବଡ଼ଦାଣ୍ଡରେ ଜମା ହୋଇଛି ୩ ଫୁଟର ପାଣି । ଯଦ୍ୱାରା ପର୍ଯ୍ୟଟକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ସେପଟେ ତିତଲି” ପ୍ରଭାବରେ ଫୁଲବାଣୀରେ ରେକର୍ଡ ବର୍ଷା । ସକାଳ ସାଢେ଼ ୭ଟା ସୁଦ୍ଧା ୨୦୦.୨ ମିମି ବର୍ଷା ରେକର୍ଡ ହୋଇଛି । ସୂଚନା ଅନୁସାରେ ପୁରୀ ୧୯୩.୨, କଟକରେ ୧୩୭.୪ ମିମି ବର୍ଷା, ତାଳଚେର ୧୨୦ ମିମି, ଭୁବନେଶ୍ୱରରେ ୯୬.୧ ମିମି ବର୍ଷା, ଭବାନୀପାଟଣାରେ ୬୯ ଓ ଚାନ୍ଦବାଲିରେ ୬୬ ମିମି ବର୍ଷା ରେକର୍ଡ଼ ହୋଇଛି ।