ପୁରୀ ହାୱଡା ଶତାବ୍ଦି ଏକ୍ସପ୍ରେସ ଟ୍ରେନ ବାତିଲ : ଟ୍ରେନ ବାତିଲକୁ ନେଇ ଯାତ୍ରୀ ଅସନ୍ତୋଷ

33

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ପୁରୀ ହାୱଡା ଶତାବ୍ଦି ଏକ୍ସପ୍ରେସ ଟ୍ରେନ ବାତିଲକୁ ନେଇ ଯାତ୍ରୀ ଅସନ୍ତୋଷ । ଆଜି ସକାଳେ ପୁରୀରୁ ଟ୍ରେନ ବାତିଲ ହେବା ପରେ ହଜାର ହଜାର ଯାତ୍ରୀ ହଇରାଣ ହେଉଛନ୍ତି । ଟ୍ରେନ ବାତିଲ ପରେ ସ୍ପେଶାଲ ଟ୍ରେନ ଚଳାଚଳ ଦାବିରେ ଯାତ୍ରୀମାନେ ପୁରୀ-ଗୁଣପୁର ଟ୍ରେନକୁ ଅବରୋଧ କରିଥିଲେ । ପୁରୀ ରେଳ ଷ୍ଟେସନରେ କିଛି ସମୟ ଧରି ଉତେଜନା ଲାଗିରହିଥିଲା । ଏପରିକି ପୁଲିସ ଓ ପର୍ଯ୍ୟଟକଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ଦେଖାଦେଇଥିଲା ।