ମାନୁନାହାନ୍ତି ଏମାର ମଠର ମହନ୍ତ। ମଠ ଭିତରେ ବସି ରହିଛନ୍ତି ରାଜଗୋପାଳ ରାମାନୁଜ ଦାଶ। ଜିଲ୍ଲାପାଳ ବୁଝାସୁଝା କରିବା ପରେ ବି ଜିଦରେ ଅଟଳ

1,133

କନକ ବ୍ୟୁରୋ: ମାନୁନାହାନ୍ତି ଏମାର ମଠର ମହନ୍ତ ରାଜଗୋପାଳ ରାମାନୁଜ ଦାଶ । ପୁଣି ଥରେ ମଠ ଭିତରେ ବସି ରହିଛନ୍ତି ମହନ୍ତ । ଜିଲ୍ଲାପାଳ ବୁଝାସୁଝା କରିବା ପରେ ବି ସେ ମାନୁ ନାହାନ୍ତି । ଗତକାଲି ରାତିରେ ଜିଲ୍ଲାପାଳ ମହନ୍ତ ରାଜଗୋପାଳ ରାମାନୁଜ ଦାଶଙ୍କୁ ବୁଝାସୁଝା କରିବା ପରେ ସେ ସକାଳେ ବାହାରେ ରହିଥିଲେ । ତେବେ କିଛି ସମୟ ପରେ ସେ ପୁଣି ଥରେ ମଠ ଭିତରକୁ ଚାଲି ଯାଇ ଗୋଟିଏ କୋଠରୀରେ ବସି ରହିଛନ୍ତି । ମଠ ଛାଡୁ ନାହାନ୍ତି ମହନ୍ତ ରାଜଗୋପାଳ ରାମାନୁଜ ଦାଶ ।

ଫଳରେ ମହନ୍ତ ବସି ରହିଥିବା କୋଠରୀକୁ ଉଛେଦ କରିବା ସଂଭବ ହେଉନି । ଏପଟେ ପୁରୀ ଏମାର ମଠରେ ଦି୍ୱତୀୟ ଦିନ ପାଇଁ ଚାଲିଛି ଉଛେଦ କାମ । ଏହି କ୍ରମରେ ଆଜି ପୁରା ମଠକୁ ନିଜ ହେପାଜତକୁ ନେଇଛି ପୁରୀ ପୋଲିସ ପ୍ରଶାସନ । ମଠ ଭିତରକୁ ଆଉ କାହାରିକୁ ପ୍ରବେଶ କରିବାକୁ ଦିଆଯାଉନି । ପୁରା ମଠ ଅଂଚଳରେ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।

ସେପଟେ ୯ ଶହ ବର୍ଷର ଏହି ପୁରୁଣା ମଠ ଉଛେଦ କାମ ଚାଲିଥିବା ବେଳେ ଗତକାଲି ଭୂତଳ ସୁଡଙ୍ଗ ଠାବ ହୋଇଥିଲା । ମଠ ଭାଙ୍ଗିବା ବଳେ ଏହା ସାମ୍ନାକୁ ଆସିବା ପରେ ସମସ୍ତଙ୍କ କୌତୁହଳ ବି ବଢ଼ୁଛି । ମଠର ପଛ ପାଶ୍ୱର୍ କାନ୍ଥକୁ ବୁଲଡୋଜର ଭାଙ୍ଗି ଭାଙ୍ଗି ଯାଉଥିବା ବେଳେ ଗତକାଲି ଏହା ଦେଖିବାକୁ ମିଳିଥିିଲା । ସୁଡଙ୍ଗ କେତେ ବାଟ ଯାଇଛି, ଏହା ଭିତରେ କଣ କଣ ରହିଛି । ମଠ ଭିତରେ ଆଉ କୌଣସି ଦୁର୍ମୁଲ୍ୟ ପଦାର୍ଥ ରହିଛି କି । ତାହା ଏବେ ବି ରହସ୍ୟ ଘେରରେ ରହିଛି ।