ଟୋଲ୍ ପ୍ଲାଜାରେ କର ମାଗିବାରୁ ମହିଳା କର୍ମଚାରୀଙ୍କୁ ଚାପୁଡା ମାରିଲେ ଯୁବକ ! କ୍ରୋଧରେ ଯୁବକଙ୍କ ଚୁଟିକୁ ଧରିଲେ ମହିଳା କର୍ମଚାରୀ , ଭାଇରାଲ୍ ହେଲା ଭିଡିଓ 

469

ଗତ କିଛି ମାସ ହେଲା ଟୋଲ୍ ପ୍ଲାଜାରେ ଦୂର୍ଘଟଣା ବଢିବାରେ ଲାଗିିଛି । ଗତଥର ଗୁଡଗାଓଁର ଏକ ଟୋଲ୍ ପ୍ଲାଜାରେ ବେପରୁଆ କାର୍ ଚାଳକଙ୍କୁ ଚାଲାଣ କାଟିବା ସମୟରେ ଯେତେବେଳେ ଟଙ୍କା ମଗାଗଲା କର୍ମଚାରୀଙ୍କୁ ମାଡ ମାରି ଚାଳକ ଫେରାର୍ ହୋଇଯାଇଥିଲା ।  ଏବେ ଗୁଡଗାଓଁରେ ଏଭଳି ଆଉ ଏକ ଖବର ସାମ୍ନାକୁ ଆସିଛି । ଜଣେ ମହିଳା କର୍ମଚାରୀଙ୍କୁ ଜଣେ ବ୍ୟକ୍ତି ଟୋଲ୍ ଟ୍ୟାକ୍ସ ଦେବାକୁ ମନା କରି ଚାପୁଡା ମାରିଥିଲେ ଏହାର ଜବାବରେ ମହିଳା ଜଣକ ବ୍ୟକ୍ତିଙ୍କ ଚୁଟି ଧରିନେଇଥିଲେ । ଏହାପରେ ବ୍ୟକ୍ତିଜଣକ ମଧ୍ୟ ମହିଳା କର୍ମଚାରୀଙ୍କ ଚୁଟି ଧରି ପିଟିବାକୁ ଲାଗିଥିଲେ ।

ପୋଲିସର କହିବାନୁସାରେ , ଏହି ଘଟଣା ଖେଡକୀର ଘୋଲା ଟୋଲ୍ ପ୍ଲାଜାରେ ହୋଇଛି ଏବଂ ଉକ୍ତ ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରାଯାଇଛି । ଏହି ଘଟଣାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି । ଭିଡିଓରେ ଦେଖାଯାଉଛି ଯେ ମହିଳା କର୍ମଚାରୀ ଜଣକ ଅନ୍ୟ ପୁରୁଷ କର୍ମଚାରୀଙ୍କ ସହ ବୁଥ୍ ଭିତରେ ଟୋଲ୍ ପ୍ଲାଜାରେ ଠିଆ ହୋଇଛନ୍ତି ଏବଂ ଅନ୍ୟ କର୍ମଚାରୀ ପରିସ୍ଥିତିକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତିି । ତେବେ ଘଟଣାର ୨ ଘଣ୍ଟା ପରେ ହିଁ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।