ଶ୍ରୀଲଙ୍କାରେ ପ୍ରଦର୍ଶନକାରୀଙ୍କ ସରକାର! ରାଷ୍ଟ୍ରପତି ଭବନରେ କଲେ କ୍ୟାବିନେଟ୍ ମିଟିଙ୍ଗ । ଅର୍ଥ ସଙ୍କଟ ଉପରେ କଲେ ଆଲୋଚନା

199

କନକ ବ୍ୟୁରୋ: ଶନିବାର ଶ୍ରୀଲଙ୍କାରେ ରାଷ୍ଟ୍ରପତି ଭବନ ଓ ସଚିବାଳୟକୁ କବଜା କରିନେଇଛନ୍ତି ପ୍ରଦର୍ଶନକାରୀ । ସେଠାରେ ସେମାନେ ଏକ ନକଲି କ୍ୟାବିନେଟ୍ ବୈଠକ କରିଥିଲେ । ଯେଉଁଥିରେ ଦେଶର ଆର୍ଥିକ ସଙ୍କଟ ଉପରେ ଚର୍ଚ୍ଚା କରିଥିବା ଜଣାପଡିଛି ।

ଏହାପରେ ପ୍ରଦର୍ଶନକାରୀ ରବିବାର ପ୍ରଧାନମନ୍ତ୍ରୀଙ୍କ ଆବାସ ଟେମ୍ପଲ ଟ୍ରିରେ ମଧ୍ୟ ପହଞ୍ଚିଯାଇଥିଲେ । ଯେପର୍ଯ୍ୟନ୍ତ ରାଷ୍ଟ୍ରପତି ଗୋଟାବୟା ଇସ୍ତଫା ନନେଇଛନ୍ତି ସେପର୍ଯ୍ୟନ୍ତ ନା ରାଷ୍ଟ୍ରପତି ଭବନ ନା ପ୍ରଧାନମନ୍ତ୍ରୀଙ୍କ ବାସଭବନ ଛାଡିଯିବା ପ୍ରଶ୍ନ ଉଠୁନାହିଁ ବୋଲି କହିଛନ୍ତି ପ୍ରଦର୍ଶନକାରୀ ।

ପ୍ରଦର୍ଶନକାରୀଙ୍କ ଆକ୍ରୋଶର ଶିକାର ହେବା ପୂର୍ବରୁ ରାଷ୍ଟ୍ରପତି ଗୋଟାବାୟା ରାଷ୍ଟ୍ରପତି ଭବନ ଛାଡି ପରିବାର ସହ ଅନ୍ୟତ୍ର ପଳାଇଛନ୍ତି । ଏହାପରେ ପ୍ରଦର୍ଶନକାରୀମାନେ ରାଷ୍ଟ୍ରପତି ଭବନରେ ନିଜର ଆଧିପତ୍ୟ ଦେଖାଇଥିଲେ । ସେଠିକାର ସ୍ୱିମଙ୍ଗ ପୁଲରେ ଗାଧୋଇବା ସହ ରାଷ୍ଟ୍ରପତିଙ୍କ ବେଡରୁମରେ ପଶି ସେଲ୍ଫି ନେବାଠାରୁ ଆରମ୍ଭ କରି ତାଙ୍କ କିଚେନରେ ପଶି ଖାଦ୍ୟ ଖାଇବା ସହ ଭଙ୍ଗାରୁଜା କରିଥିଲେ । ଏହାପରେ ରାଷ୍ଟ୍ରପତିଙ୍କ ରୁମରୁ କୋଟି କୋଟି ଟଙ୍କା ପାଇ ପୋଲିସର ଜିମା ଦେବା ପରେ ଲାଇବ୍ରେରୀରେ ପଶି ବହି ବୋହିନେଇଥିଲେ । ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।