ବାହାବେଦୀରେ ଅନଶନରେ ବସିଲେ ମହିଳା । ବିବାହ ରୋକିବାକୁ ଥାନାରେ ହେଲେ ଦ୍ୱାରସ୍ଥ ।

1,016

କନକ ବ୍ୟୁରୋ: ନିମାପଡା ବ୍ଲକ ବଳଙ୍ଗା ଥାନା ତୋଟା ସାହିରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ବାହାବେଦୀରେ ଅନଶନରେ ବସିଲେ ମହିଳା । ଆଜି ମଙ୍ଗନ ଆଉ କାଲି ବାହାଘର ଥିବାରୁ ଏହା ପୂର୍ବରୁ ଏଭଳି ଖବର ସାମ୍ନାକୁ ଆସିଛି । ବିବାହ ରୋକିବାକୁ ସେ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଅଭିଯୋଗ ଅନୁସାେରେ, ପୁରୀ ଟାଉନ ଥାନା ଅଞ୍ଚଳର ଲକ୍ଷ୍ମୀ ମଲ୍ଲିକଙ୍କ ସହ ବଳଙ୍ଗା ଥାନା ତୋଟା ସାହିର ରମେଶ ଚନ୍ଦ୍ର ମଲ୍ଲିକରଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଏପରିକି ଲକ୍ଷ୍ମୀ ଗର୍ଭବତୀ ହୋଇଥିଲେ କିନ୍ତୁ ରମେଶ ଗର୍ଭ ନଷ୍ଟ କରିଥିଲେ । ଏ ନେଇ ଲକ୍ଷ୍ମୀ ମଲ୍ଲିକ ଥାନାରେ ଅଭିଯୋଗ କରିବା ପରେ ରମେଶ ଜେଲ ଯାଇଥିଲେ । ପରେ ବିବାହର ପ୍ରତିଶ୍ରୁତି ମିଳିବାରୁ ଆପୋଷ ସମାଧାନ ହୋଇଥିଲା ଓ ରମେଶ ଘର ଲୋକେ ବିବାହ ପାଇଁ ପ୍ର୍ତିଶ୍ରୁତି ଦେଇଥିଲେ । କିନ୍ତୁ ରମେଶ ଅନ୍ୟ ସ୍ଥାନରେ ବାହା ହେଉଥିବା ଖବର ପାଇବା ପରେ ଲକ୍ଷ୍ମୀ ମଲ୍ଲିକ ବାହାବେଦି ଉପରେ ଧାରଣାରେ ବସିଛନ୍ତି । ନ୍ୟାୟ ଦେବାକୁ ସେ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ସେପଟେ ରମେଶଙ୍କ ପରିବାର ଲୋକେ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଓ ଏହାପଛରେ ଚକ୍ରାନ୍ତ ଅଛି ବୋଲି କହିଛନ୍ତି ।