ପ୍ରାର୍ଥୀ ବଦଳାଇବା ଦାବିରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ନିଆରା ପ୍ରତିବାଦ । ବାଜା ବଜାଇ ନାଚିଲେ ପ୍ରାର୍ଥୀଙ୍କ ସମର୍ଥକ ।

541

କନକ ବ୍ୟୁରୋ: ଟିକେଟ୍ ନମିଳିବାରୁ ଅଭିନବ ପ୍ରତିବାଦ । ଆଦିବାସୀ ପାରମ୍ପରିକ ନୃତ୍ୟ ଗୀତ ମାଧ୍ୟମରେ ପ୍ରତିବାଦ । ସଞ୍ଜଳି ମୁର୍ମୁଙ୍କୁ ଦଳ ବାଙ୍ଗିରିପୋଷିରୁ ଟିକେଟ୍ ଦେଇଥିବାବେଳେ ଏହାକୁ ପରିବର୍ତନ କରିବାକୁ ଦାବି କରିଛନ୍ତି ସମର୍ଥକ । ବଡକଥା ହେଉଛି ଯେଉଁଠି ପାଟିତୁଣ୍ଡ, ହୋ ହଲ୍ଲା, ହଟ୍ଟଗୋଳ ସହ ପ୍ରତିବାଦ କରିଥାନ୍ତା କର୍ମୀ ଓ ସମର୍ଥକ, ସେଠାରେ ପାରମ୍ପରିକ ବାଦ୍ୟ, ନୃତ୍ୟ ସହ ଅଭିନବ ପ୍ରତିବାଦ କରିଛନ୍ତି ସମର୍ଥକ । ସଞ୍ଜଳି ମୁର୍ମୁ, ସୁବୁଦା ମୁର୍ମୁଙ୍କ ଝିଅ । ସୁବୁଦା ମୁର୍ମୁ ଗତଥରର ବାଙ୍ଗିରିପୋଷୀ ବିଧାୟକ ପ୍ରାର୍ଥୀ ଥିଲେ ।