ଜନତାଙ୍କୁ ପ୍ରିୟଙ୍କାଙ୍କ ୬ ପ୍ରତିଶ୍ରୁତି: ୫୦୦ରେ ଗ୍ୟାସ୍ ସିଲିଣ୍ଡର , ୧୦୦ ୟୁନିଟ୍ ଯାଏଁ ମାଗଣା ବିଦ୍ୟୁତ୍, ଆହୁରି ଅନେକ…

3,637

କନକ ବ୍ୟୁରୋ: ରାଜସ୍ଥାନ ଓ ଛତିଶଗଡ ସହ ଚଳିତ ବର୍ଷ ଶେଷ ଆଡକୁ ମଧ୍ୟପ୍ରଦେଶରେ ହେବ ବିଧାନସଭା ନିର୍ବାଚନ । ନିର୍ବାଚନ ମାହୋଲ ଭିତରେ ବିଭିନ୍ନ ରାଜନୈତିକ ଦଳ ବିଭିନ୍ନ ପ୍ରତିଶ୍ରୁତି ଦେଉଛନ୍ତି । ଏହି କ୍ରମରେ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ବି ପଛରେ ନାହାଁନ୍ତି । ଜବଲପୁରରେ ଜନତାଙ୍କୁ ଦେଇଛନ୍ତି ୬ ପ୍ରତିଶ୍ରୁତି ।

ମଧ୍ୟପ୍ରଦେଶ  ଜବଲପୁରରେ ବିଧାନସଭା ନିର୍ବାଚନ ପ୍ରଚାରରେ ଯାଇ ପ୍ରିୟଙ୍କା ଗାନ୍ଧୀ ଜନତାଜନାର୍ଦ୍ଦନଙ୍କୁ ଦେଇଛନ୍ତି ୬ଟି ପ୍ରତିଶ୍ରୁତି । କହିଛନ୍ତି:
ରାଜ୍ୟରେ କଂଗ୍ରେସ ସତ୍ତାକୁ ଆସିଲେ ଲୋକଙ୍କୁ ମୁଖ୍ୟତଃ ୬ଟି ସୁବିଧା ଦିଆଯିବ:

୧- ମହିଳାଙ୍କୁ ୫୦୦ ଟଙ୍କାରେ ଗ୍ୟାସ ସିଲିଣ୍ଡର ମିଳିବ ।

୨- ଉପଭୋକ୍ତାଙ୍କୁ ୧୦୦ ଯୁନିଟ ଯାଏଁ ମାଗଣା ବିଦ୍ୟୁତ ମିଳିବ,

୩-ଏହାପରେ ୨୦୦ ଯୁନିଟ ପାଇଁ ଅଧା ଶୁଳ୍କ ନିଆଯିବ ।

୪- ମହିଳାଙ୍କୁ ପ୍ରତି ମାସରେ ୧୫୦୦ ଟଙ୍କା ମିଳିବ

୫- ପୁରୁଣା ପେନସନ୍ ଯୋଜନା ଲାଗୁ ହେବ

– ଯେଉଁ ରାଜ୍ୟରେ କୃଷକ ଋଣ ଛାଡ ଯୋଜନା ପାଇଁ ଦାବି ହେଉଥିଲା ସେଠାରେ ଏହି ଯୋଜନାକୁ ଲାଗୁ କରାଯିବ ।

ନିଜ ନିର୍ବାଚନୀ ପ୍ରତିଶ୍ରୁତିରେ ପ୍ରିୟଙ୍କା ମହିଳା, କୃଷକ , ଯୁବଗୋଷ୍ଠୀ ସମସ୍ତଙ୍କ ମନ ବୁଝିବା ପରି ପ୍ରତିଶ୍ରୁତି ଦେଇଛନ୍ତି ।