ଜମୁଛି ପ୍ରଚାର: ଆନନ୍ଦପୁର ନିର୍ବାଚନ ମଣ୍ଡଳିରେ ସରଗରମ ରାଜନୈତିକ ମାହୋଲ, ମଇଦାନରେ ହେଭିୱେଟଙ୍କ କଡା ଟକ୍କର 

62

କନକ ବ୍ୟୁରୋ: ଆସନ୍ତା ୨୫ ତାରିଖରେ ହେବ ମତଦାନ । ନାମାଙ୍କନପତ୍ର ଦାଖଲ ପରେ ସରଗରମ ହେଲାଣି କେନ୍ଦୁଝର ଜିଲ୍ଲାର ଚର୍ଚ୍ଚିତ ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ବାତାବରଣ । ଏହି ଆସନଟି ପୂର୍ବରୁ କଂଗ୍ରେସର ଗଡ଼ ଭାବେ ପରିଚିତ ଥିବା ବେଳେ ଗତ ୨୦୦୯ରୁ କ୍ରମାଗତ ଭାବେ ଏହା ବିଜେଡି କବଜାରେ ରହି ଆସିଛି । ଚଳିତ ନିର୍ବାଚନରେ ବର୍ତ୍ତମାନର ବିଧାୟକ ଥିବା ଭାଗିରଥି ସେଠୀଙ୍କୁ ଦଳ ବିଜେଡି ଟିକେଟ ଦେଇନଥିବା ବେଳେ ନବାଗତ ଅଭିମନ୍ୟୁ ସେଠୀଙ୍କ ଉପରେ ଆସ୍ଥା ପ୍ରକଟ କରି ଟିକେଟ ଦେଇଛି । ଏଠାରେ ହେଭିୱେଟ ନେତା ଜୟଦେବ ଜେନା କଂଗ୍ରେସ ନିର୍ବାଚନ ଲଢୁଥିବା ବେଳେ, ବିଜେପିରୁ ନିର୍ବାଚନ ଲଢୁଛନ୍ତି ପୂର୍ବତନ ବିଧାୟକ ପ୍ରାର୍ଥୀ ଆଲୋକ ସେଠୀ । ତେବେ ଚଳିତ ନିର୍ବାଚନରେ କାହାର ହେବ ଆନନ୍ଦପୁର ।

କାହାର ହେବ ଆନନ୍ଦପୁର? ନିର୍ବାଚନ ଆଉ କିଛି ଦିନ ଥିବା ବେଳେ ରାଜନୈତିକ ମାହୋଲ ବେଶ ସରଗରମ ହୋଇପଡିଛି । ଏବେ ଆନନ୍ଦପୁର ନିର୍ବାଚନ ମଣ୍ଡଳି ବେଶ ଚର୍ଚ୍ଚାରେ ରହିଛି । ନାମାଙ୍କନ ଦାଖଲ ପରେ ପ୍ରାର୍ଥୀ ମାନେ ଏବେ ଗାଁ ମୁହାଁ ହୋଇଛନ୍ତି । ଚଳିତ ନିର୍ବାଚନୀ ମଇଦାନରେ ୭ଜଣ ପ୍ରାର୍ଥୀ ପ୍ରତିନ୍ଦ୍ୱନ୍ଦିତା କରୁଛନ୍ତି । ମଇଦାନରେ ହେଭିୱେଟ ନେତାଙ୍କୁ ମଧ୍ୟ ଦେଖିବାକୁ ମିଳିଛି । ଭିନ୍ନ ଭିନ୍ନ ମୁଦ୍ଦ୍ା ନେଇ ପ୍ରାର୍ଥୀ ମାନେ ନିଜର ରଣନୀତି ପ୍ରସ୍ୁତ କରିଛନ୍ତି । ଭୋଟରଙ୍କ ପାଖକୁ ଯାଇ ଭୋଟ୍ ହାତେଇବାକୁ ସମସ୍ତ ପ୍ରୟାସ ଜାରି ରଖିଛନ୍ତି । କଂଗ୍ରେସ ପକ୍ଷରୁ ହେଭିୱେଟ ନେତା ଜୟଦେବ ଜେନା ନିର୍ବାଚନ ଲଢୁଥିବା ବେଳେ ବିଜେପି ପକ୍ଷରୁ ମଧ୍ୟ ଟକ୍କ୍ର ଜୋରଦାର ରହିଛି । ସେହିଭଳି ବିଜେଡିରୁ ଜଣେ ନବାଗତ ପ୍ରଥମଥର ପାଇଁ ନିର୍ବାଚନକୁ ଓହ୍ଲାଇଛନ୍ତି । ତେବେ ତିନିଦଳ ପକ୍ଷରୁ ଗାଁ ଗାଁ ବୁଲି ବୁଲି ଭୋଟ୍ ପ୍ରଚାର ଜାରି ରହିଥିବା ବେଳେ ଚଳିତଥର ଗାଁ ସମସ୍ୟାକୁ ପ୍ରସଙ୍ଗ କରିଛନ୍ତ ପ୍ରାର୍ଥୀ ମାନେ ।

ଚଳିତଥର ନିର୍ବାଚନରେ କଂଗ୍ରେସ ଭଲ ପ୍ରଦର୍ଶନ କରି ବାଜିମାତ୍ କରିବାକୁ ଆଶା ରଖିଛି । ଚଳିତଥର ମିଶାଇ ୧୦ମ ଥର ପାଇଁ   ପ୍ରାର୍ଥୀ ହୋଇଥିବା ବେଳେ ଭଲ ପ୍ରଦର୍ଶନ ପ।।ଇଁ ପ୍ରୟାସ ଜାରି ରଖିଛନ୍ତି । ସେପଟେ ସ୍ୱାଧୀନ ପ୍ରାର୍ଥୀ ମଧ୍ୟ ଚଳିତଥର ନିଜ ଦବଦବା ଦେଖାଇବାକୁ ସମସ୍ତ ପ୍ରୟାସ ଜାରି ରଖିଛନ୍ତି । ନିର୍ବାଚନୀ ମଇଦାନରେ ଦଳ ଦଳ ମଧ୍ୟରେ ଟକ୍କର ଚାଲିଥିବା ବେଳେ ଗଡ କିଏ ହାତେଇବ ତା ଉପରେ ସମସ୍ତଙ୍କ ନଜର ରହିଛି ।