ମାତୃ ଦିବସରେ ମାଆକୁ ସମ୍ମାନ: ଅବଳେହିତ ବୃଦ୍ଧା ଓ ବେସାହାରା ପିଲାଙ୍କ ଜନନୀ ପାଲଟିଛନ୍ତି କିନ୍ନର ଚିନ୍ମୟୀ

111

କନକ ବ୍ୟୁରୋ: ଆଜି ହେଉଛି ବିଶ୍ୱ ମାତୃ ଦିବସ । ମାଆର ନିସ୍ୱାର୍ଥପର ଭଲ ପାଇବା ଓ ମାଆର ସ୍ନେହର ତୁଳନା ନାହିଁ । ସ୍ୱର୍ଗଠାରୁ ବଡ ହେଉଛି ମାଆ । ଏହି ମାଆକୁ ନେଇ ଆଜି ସାରା ବିଶ୍ୱ ପାଳୁଛି ମାତୃ ଦିବସ । ତେବେ ମାଆଙ୍କ ପାଇଁ ଦିନଟିଏ ନୁହେଁ ପ୍ରତିଦିନ ଉତ୍ସର୍ଗୀକୃତ । ନିଜ ପିଲାଙ୍କୁ ସ୍ନେହରେ ଉଣା କରୁନଥିବା ମାଆ ଏବେ ବି କେଉଁ କୋଣରେ ଅବହେଳିତ । ଆଉ ଏହିଭଳି କିଛି ଅବହେଳିତ ମାଆଙ୍କ ପାଇଁ ମାଆ ପାଲଟିଛନ୍ତି ଜଣେ କିନ୍ନର ସମାଜସେବୀ ଚିନ୍ମୟୀ । ବୟସର ଅପରାହ୍ନରେ ପହଂଚିଥିବା ଅବହେଳିତ ବୃଦ୍ଧାଙ୍କୁ ନେଇ ବୃଦ୍ଧାଶ୍ରମରେ ରଖିଛନ୍ତି । ଅନୁଗୁଳରେ ଥିବା ସେବାଶ୍ରମରେ ଅନେକ ବୃଦ୍ଧା ଅଛନ୍ତି । ଯେଉଁମାନଙ୍କର ସେବାରେ ଲାଗିପଡିଛନ୍ତ୍ି ଚିନ୍ମୟୀ ।

ବୟସର ଅପରାହ୍ନରେ ପରିବାର ହାତ ଛାଡିଦେଲା । ଖାଇବାକୁ ମୁଠାଏ ବି ଦେଲାନି । ପାଳିପୋଷି ବଡ କରିଥିବା ପୁଅ ଘରୁ ତଡିଦେଲା । ଘରେ ପାଂଚ ପୁଅ ଝିଅ ଥାଇ ବି ଆଜି ମାଆଟିଏ ଦାଣ୍ଡ ଦୁଆରେ ବୁଲୁଛି । ମୁଠାଏ ଖାଇବା ଯୋଗାଡ କରିବାକୁ ଏ ଓଳି ସେ ଓଳି ହେଉଛି । ଆହା ବୋଲି କେହି କହିବାକୁ ନଥିବା ବେଳେ ବେସାହାରା ହୋଇପଡିତିବା ଏହି ମାଆ ମାନଙ୍କୁ ସାଉଁଟି ମାଆର ସ୍ନେହ ଦେଇଛନ୍ତି ଚିନ୍ମୟୀ । ବେସାହାରା ଏହି ବୃଦ୍ଧାମାନଙ୍କୁ ସାହାର ଦେଇଥିବା ଏହି ଚିନ୍ମୟୀ କୌଣସି ମାଆଠାରୁ ବି କମ୍ ନୁହନ୍ତି । ତାଙ୍କୁ ତାଙ୍କର ଏହି କାମ ପାଇଁ ଅନେକ ପ୍ରଶଂସା ମିଳିଛି ।