ସମସ୍ୟା ଘେରରେ ଗାଁ: ଆବାସ ଯୋଜନା ପାଲଟିଛି ସ୍ୱପ୍ନ, ଭଙ୍ଗାରୁଜା ଘରେ ରହୁଛନ୍ତି ଭୋଗରାଇ କମର୍ଦା ବାସିନ୍ଦା

26

କନକ ବ୍ୟୁରୋ: ନିର୍ବାଚନ ଆସିଲେ ଗାଁରେ ଭିଡ଼ ଜମାନ୍ତି ନେତା । ଆଉ ଭୋଟରଙ୍କୁ ଦିଅନ୍ତି ଅନେକ ପ୍ରତିଶୃତି । ହେଲେ ଏବେ ଦୂର ହୋଇ ପାରିନି ଗାଁ ସମସ୍ୟା । ମୌଳିକ ସୁବିଧାରୁ ବଞ୍ଚିତ ଆଦିବାସୀ ସମ୍ପ୍ରଦାୟରେ ଅନେକ ପରିବାର । ନିର୍ବାଚନ ପୂର୍ବରୁ ସମସ୍ୟାର ସମାଧାନ ନ ହେଲେ ଭୋଟ ବର୍ଜନ କରିବାକୁ ଦେଲେ ଚେତାବନୀ ଦେଇଛନ୍ତି ଗାଁ ଲୋକେ । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ କମର୍ଦା ଅଂଚଳରେ ।

ସମାଧାନ ନହେଲେ ଗାଁରେ ନେତାଙ୍କୁ ପୂରାଇ ଦେବୁନି । ଚଳିତ ନିର୍ବାଚନରେ ଭୋଟ୍ ବି ଦେବୁନି । ବିଭିନ୍ନ ସମସ୍ୟା ଘେରରେ ରହିଛନ୍ତି ଗାଁର ଲୋକ । ବଣ ଜଙ୍ଗଲ ଘେରା ଗାଁରେ ମାଟି ଝାଟି ଘରେ ବିତୁଛି ଜୀବନ । ବିଭିନ୍ନ ଯୋଜନାରୁ ଯେମିତି ବଂଚିତ ରହିଛନ୍ତି ବାଲେଶ୍ୱର ଭୋଗରାଇ କମର୍ଦାର ଲୋକମାନେ । ୧୧ନମ୍ବର ୱାର୍ଡ଼ରେ କିଛି ପରିବାର ଏବେ ବି ଅବହେଳିତ ହୋଇ ରହିଛନ୍ତି । ଗାଁର ଲୋକଙ୍କ ପାଇଁ ବିଜୁଳି ସାତ ସପନ ପାଲଟିଛି । ଏବେ ବି ଅନ୍ଧାରରେ ରହୁଛନ୍ତି ଗ୍ରାମବାସୀ । ଦୀପ ତଳ ଅନ୍ଧାର ଭଳି ରାଜପଥ କଡରେ ରହିଛି । ହେଲେ ୩୦ ବର୍ଷ ପରେ ବି ସୁଧୁରୁନି ଏମାନଙ୍କର ସ୍ଥିତି । ନା ରାସ୍ତା ଅଛି ନା ବିଜୁଳି ବ୍ୟବସ୍ଥା । ଅନ୍ଧାରରେ ଡିବିରି ଜାଳି ପିଲାଏ ପାଠ ପଢୁଛନ୍ତି । ହେଲେ ବିରୋସିନୀ ମଧ୍ୟ ମିଳେନି । ତା ସହାଙ୍ଗକୁ ପାଣି ମୁନ୍ଦାଏ ପାଇଁ ଅହରହ ସଂଘର୍ଷ କରୁଛନ୍ତି ଗ୍ରାମବାସୀ ମାନେ । ସମସ୍ୟା ନେଇ ବହୁବାର ଜଣାଯାଇଥିଲେ ବି ଏପର୍ଯ୍ୟନ୍ତ କୌଣସି ସମସ୍ୟାର ସମାଧାନ ହୋଇପରିନି । ଯାହାକୁ ନେଇ ଅସନ୍ତୋଷ ଦେଖିବାକୁ ମିଳିଛି ।

ଗାଁର ବିକାଶ ପାଇଁ ତିଆରି ଚାଲିଛି ଆକ୍ସନ ପ୍ଲାନ୍ । ପିଇବା ପାଣିରୁ ନେଇ ରାସ୍ତାକୁ ପ୍ରାଧାନ୍ୟ ଦିଆଯାଇଥାଏ । ଠିକ୍ ନିର୍ବାଚନ ସମୟରେ ଏହି ସବୁ ପ୍ରତିଶ୍ରୁତି ଦିଆଯାଇଥାଏ । ହେଲେ ନିର୍ବାଚନ ସରିଗଲେ ଲୋକଙ୍କ କଥା ଭୁଲିଯାନ୍ତି ସମସ୍ତେ । ଏବେ ପୁଣି ଥରେ ସମସ୍ୟାର ସମାଧାନ ପାଇଁ ମିଳିଛି ପ୍ରତିଶ୍ରୁତି । ଅନ୍ଧାର ଭିତରେ ଜୀବନ ଜୀଉଁଥିବା ଗାଁର ଲୋକଙ୍କ ପ୍ରତି ଗୁରୁତ୍ୱ ଦିଆଯାଇ ସମସ୍ୟାର ସମାଧାନ କରାଯାଇ ପାରିଲେ ଗାଁର ଲୋକମାନେ ଉପକୃତ ହୋଇପାରିବେ ।