ରାଷ୍ଟପତିଙ୍କ ଡିନର ପାର୍ଟିରେ ସାକାହାରୀ ଭୋଜନର ବ୍ୟବସ୍ଥା, ୧୮୦ ଅତିଥିଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରିଛନ୍ତି ପଂଚତାରକା ହୋଟେଲର ୨୫୦୦ କର୍ମଚାରୀ

2,213

କନକ ବ୍ୟୁରୋ : ଦିଲ୍ଲୀରେ ଆୟୋଜିତ ଜି-୨୦ ଶିଖର ସମ୍ମିଳନୀର ଭାରତ ମଣ୍ଡପମରେ ଆରମ୍ଭ ହୋଇଛି ରାଷ୍ଟ୍ରପତିଙ୍କ ରାତ୍ରିଭୋଜନ । ଏଥିପାଇଁ ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟ ପଂହଚିବାରେ ଲାଗିଛନ୍ତି । ଏଥିରେ ଭାରତୀୟ ଖାଦ୍ୟର ମଜା ନେଇପାରିବେ ଅତିଥୀ । ଏଥିପାଇଁ ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନକ ଓ ତାଙ୍କ ପତ୍ନୀ ପଂହଚିଛନ୍ତି । ଅନ୍ୟ ଅତିଥି ବି ସାମିଲ ହୋଇଛନ୍ତି । ରାତ୍ରିଭୋଜନରେ ଶୁଦ୍ଧ ସାକାହାରୀ ଭୋଜନ ବ୍ୟବସ୍ଥା କରାଯାଇଛି । ଜି-୨୦ ଶିଖର ସମ୍ମିଳନୀରେ ଭାଗ ନେବାକୁ ଆସିଥିବା ବିଶ୍ୱ ଅତିଥି ଏହାର ମଜା ନେଇପାରିବେ । ୧୮୦ ଜଣ ଅତିଥିଙ୍କ ପାଇଁ ଏହି ମେନ୍ୟୁ ପ୍ରଦର୍ଶିତ ହୋଇଛି ।

ଏବେ ଆସନ୍ତୁ ଜାଣିବା ରାତ୍ରିଭୋଜନରେ କଣ ରହିଛି

ଷ୍ଟାର୍ଟର

ବସାଦହି ଓ ମସଲା ଯୁକ୍ତ ଚଟଣୀରେ ପ୍ରସ୍ତୁତ କଙ୍ଗନୀ ଶ୍ରୀଅନ୍ନ ଲିଫ କ୍ରିସପ(ଦୁଧ, ଘିଅ ଓ ବାଦାମରେ ପ୍ରସ୍ତୁତ)

ମେନ ମେନ୍ୟୁ

କେରଳ ନାଳି ଚାଉଳ ପ୍ରସ୍ତୁତ ବ୍ୟଞ୍ଜନ
ଗୋଲଡ ଫରେଷ୍ଟ ଛତୁ
ମୁମ୍ବାଇ ପାଓ
ବକରାଖାନ
ଗୁଜୁରାତି ସ୍ୱାଦ ଯୁକ୍ତ ମିଠା ରୁଟି
ବିଭିନ୍ନ ପ୍ରକାରର ମିଠା
ଅଳେଇଚ ଯୁକ୍ତ ହାଲୁଆ

ପାନୀୟ
କାଶ୍ମୀର କହବା, ଫିଲଟର କଫି ଓ ଦାର୍ଜିଲିଂ ଚା
ପାନର ସ୍ୱାଦ ଯୁକ୍ତ ଚକଲେଟ ପତ୍ର

୧୮୦ ଜଣ ଅତିଥିଙ୍କ ପାଇଁ ଭୋଜନର ବ୍ୟବସ୍ଥା
ଫାଇଭ ଷ୍ଟାର ହୋଟେଲର ୨୫୦୦କର୍ମଚାରୀ ଖାଦ୍ୟ ପ୍ରସ୍ତୁତ କରିଛନ୍ତି
ଅଧିକାଂଶ ଭୋଜନ ମିଲେଟରୁ ପ୍ରସ୍ତୁତ
ଡିନର ସମୟରେ ପ୍ରଦର୍ଶିତ ହେବ ଭାରତର ସଙ୍ଗୀତ ଯାତ୍ରା
ଡିନର ହଲରେ ଲାଗିଥିବା ଫୁଲ ବେଙ୍ଗାଲୁରୁରୁ ମଗାଯାଇଛି
ଏହାକୁ ସଜେଇଛନ୍ତି କୋଲାକାତାର କାରିଗର

ଦେଖିଲେ କୋଣାର୍କ ଚକ୍ରର ଝଲକ
-ଓଡି଼ଶା ପର୍ଯ୍ୟଟନର ବିକାଶରେ ସହାୟତା କରିବ ଜି-୨୦
-ତାଜମହଲ ସ୍ଥାନରେ କୋଣାର୍କ ଚକ୍ର ଦେଖାଇ ବିଶ୍ୱକୁ ବଡ଼ ବାର୍ତ୍ତା ଦେଲେ ମୋଦୀ
-ପୂର୍ବ ଭାରତର ଅର୍ଥନୈତିକ ବିକାଶରେ ସହାୟତା କରିବ ଜି-୨୦
-ଜି-୨୦ରେ ତାଜମହଲର ସ୍ଥାନ ନେଲା କୋଣାର୍କ
-ପୂର୍ବରୁ ବିଶ୍ୱନେତାଙ୍କୁ ତାଜମହଲ ବୁଲାଇ ନିଆଯାଉଥିଲା
-ଉପହାରରେ ଦିଆଯାଉଥିଲା ତାଜମହଲ ପ୍ରତିକୃତି
-ଜି-୨୦ ଭାରତ ମଣ୍ଡପମରୁ କୋଣାର୍କର ବ୍ରାଣ୍ଡିଂ କଲେ ମୋଦୀ
-ଭାରତ ମଣ୍ଡପମରେ ସ୍ଥାନ ପାଇଲା କୋଣାର୍କ ସୂର୍ଯ୍ୟମନ୍ଦିରର ଚକ୍ର
-ବିଶ୍ୱନେତା କୋଣାର୍କ ଚକ୍ରର ପ୍ରଦର୍ଶନୀ ଓଡି଼ଶା ପର୍ଯ୍ୟଟନ ପାଇଁ ନୂଆ ବାଟ ଫିଟାଇବା ସମ୍ଭାବନା
-ପୂର୍ବରୁ ବିଶ୍ୱରେ ଭାରତର ପରିଚୟ ସୃଷ୍ଟି କରିଥିଲା ତାଜମହଲ
– କୋଣାର୍କ ଐତିହ୍ୟର କଥା କହି ଓଡି଼ଶାର କଳାକୃତି ସହ ବିଶ୍ୱକୁ ପରିଚିତ କରାଇଲେ ମୋଦୀ