ଏପ୍ରିଲ ୧୭ରେ ରାମଲାଲାଙ୍କ ହେବ ସୂର୍ଯ୍ୟଅଭିଷେକ । ମୂର୍ତ୍ତିର ମଥାରେ ସିଧାପଡିବ ସୂର୍ଯ୍ୟଙ୍କ କିରଣ

239

କନକ ବ୍ୟୁରୋ: ପବିତ୍ର ରାମନବମୀ ଅବସରରେ ରାମ ଲାଲାଙ୍କର ହେବ ସୂର୍ଯ୍ୟତିଳକ । ଅପ୍ଟି ମେକାନିକାଲ ସିଷ୍ଟମ ଜରିଆରେ ପ୍ରଭୁ ରାମଲାଲାଙ୍କ ମସ୍ତକରେ ୪ ମିନିଟ୍ ଧରି ଶୋଭାବର୍ଦ୍ଧନ କରିବ ସୂର୍ଯ୍ୟ ଆଲୋକ । ୧୭ ତାରିଖ ଦିନ ୧୨ଟାରେ ଏଭଳି ଅଲୌକିକ ଦୃଶ୍ୟ ଦେଖିବାର ସୁଯୋଗ ପାଇବେ ରାମ ଭକ୍ତ । ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ଆଜି ଟ୍ରାଏଲ ରନ୍ କରାଯାଇଛି । ବେଙ୍ଗାଲୁରୁର ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ଆଷ୍ଟ୍ରୋଫିଜିକ୍ସ ଏବଂ ରୁରକିର ସିଏସଆଇଆର-ସିବିଆରଅକ୍ର ସହଯୋଗରେ ଏହି ପ୍ରୋଜେକ୍ଟ ପ୍ରସ୍ତୁତ କରାଯାଇଛି । ଉନ୍ନତ ଧରଣର ଦର୍ପଣ, ଲେନ୍ସ ଏବଂ ଅଷ୍ଟଧାତୁରେ ନିର୍ମିତ ପାଇପ ମାଧ୍ୟମରେ ସୂର୍ଯ୍ୟ ଆଲୋକ ରାମ ଲାଲାଙ୍କ ମସ୍ତକ ଉପରେ ପଡିବା ସହ ମୁଖମଣ୍ଡଳର ସୌନ୍ଦର୍ଯ୍ୟ ବଢାଇବାକୁ ବ୍ୟବସ୍ଥା କରାଯାଇଛି । ଏହି ଦୃଶ୍ୟକୁ ଦେଖିବାରୁ ଶ୍ରଦ୍ଧାଳୁ ମାନେ ଯେପରି ବଞ୍ଚିତ ନହୁଅନ୍ତି ସେଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ପୁରା ଅଯୋଧ୍ୟା ସହରରେ ଏଲଇଡି ସ୍କ୍ରିନର ବ୍ୟବସ୍ଥା କରାଯାଇଛି ।