ମହାରାଷ୍ଟ୍ର ଆସନ ବୁଝାମଣା ନେଇ ଛିଣ୍ଡିଲା ଅଙ୍କ । ଉଦ୍ଧବ ଗୋଷ୍ଠୀ ଶିବସେନାକୁ ୨୧, କଂଗ୍ରେସକୁ ୧୭ ଆସନ । ୧୦ଟି ଆସନରେ ଲଢିବ ଶରଦ ପାୱାରଙ୍କ ଏନସିପି

105

କନକ ବ୍ୟୁରୋ: ମହାରାଷ୍ଟ୍ର ମହାବିକାଶ ଅଘାଡି ମେଣ୍ଟର ଆସନ ବୁଝାମଣା ଉପରେ ବାଜିଲା ମୋହର । ବଡ଼ ଦଳ ଭାବେ ସର୍ବାଧିକ ୨୧ଟି ଆସନରେ ଲଢିବ ଉଦ୍ଧବ ଠାକରେ ନେତୃତ୍ୱାଧୀନ ଶିବସେନା । କଂଗ୍ରେସ ୧୭ଟି ଆସନରେ ଲଢେଇ କରିବାକୁ ଥିବା ବେଳେ ମାତ୍ର ୧୦ଟି ଆସନରେ ପ୍ରାର୍ଥୀ ଦେବ ଶରଦ ପାୱାର ନେତୃତ୍ୱଧୀନ ଏନସିପି । ମୁମ୍ବାଇରେ ଅନୁଷ୍ଠିତ ମିଳିତ ସାମ୍ବାଦିକ ସମ୍ମିଳନୀରେ ମେଣ୍ଟର ଶୀର୍ଷ ନେତୃତ୍ୱ ଏନେଇ ଘୋଷଣା କରିଛନ୍ତି ।

ଉଦ୍ଧବ ଗୋଷ୍ଠୀ ଶିବସେନା ଲଢିବାକୁ ଥିବା ଆସନ

ଦକ୍ଷିଣ ମୁମ୍ବାଇ, ଦକ୍ଷିଣ ମଧ୍ୟ ମୁମ୍ବାଇ, ଉତ୍ତର ପଶ୍ଚିମ ମୁମ୍ବାଇ, ମୁମ୍ବାଇ ଉତ୍ତର ପୂର୍ବ, ଜଲଗାଓଁ, ପର୍ବନୀ, ନାଶିକ୍, ପାଲଘର, କଲ୍ୟାଣ, ଥାଣେ, ରାୟଗଢ, ମାଭଲ, ଧାରାସିବ, ରତ୍ନାଗିରି, ବୁଲଢାଣା, ହାତକନାଙ୍ଗଲେ, ସମ୍ଭାଜୀ ନଗର, ଶିରିଡି, ସାଙ୍ଗଲି, ହିଙ୍ଗୋଲି, ଯବତମାଲ ଓ ୱାସିମ ଆସନରେ ପ୍ରାର୍ଥୀ ଦେବ ଉଦ୍ଧବ ଗୋଷ୍ଠୀ ଶିବସେନା ।

କଂଗ୍ରେସ ଲଢିବାକୁ ଥିବା ଆସନ

ମୁମ୍ବାଇ ଉତ୍ତର, ମୁମ୍ବାଇ ଉତ୍ତର ମଧ୍ୟ, ପୁଣେ, ନାନ୍ଦେଡ, ଅମରାବତୀ, ନନ୍ଦୁରବାର, ଅକୋଲା, ଚନ୍ଦ୍ରପୁର, ଧୁଲେ, ଜାଲନା, ରାମଟେକ, ନାଗପୁର, ଭଣ୍ଡାରା ଗୋନ୍ଦିଆ , ଗଉଚିରୌଲି, ଲାତୁର, ସୋଲାପୁର ଏବଂ କୋହ୍ଲାପୁର ଆସନରୁ ଲଢିବ କଂଗ୍ରେସ ।

ଶରଦ ପାୱାର ଗୋଷ୍ଠୀ ଏନସିପି ଲଢିବାକୁ ଥିବା ଆସନ

ସେପଟେ ଅହମ୍ମଦନଗର ଦକ୍ଷିଣ, ବିଡ୍, ବାରାମତି, ଶିରୁର, ସାତାରା, ଭିବଣ୍ଡି, ଦିଣ୍ଡୋରି, ମାଧା, ରାବେର, ବର୍ଧା ଆସନରେ ଲଢିବେ ଶରଦ ପାୱାର ଗୋଷ୍ଠୀ ଏନସିପିର ପ୍ରାର୍ଥୀ ।

  • ବିଜୟ ସମ୍ଭାବନା ଥିବା ପ୍ରାର୍ଥୀଙ୍କୁ ମିଳିପାରେ ଟିକେଟ୍
  • ବିରୋଧି ଏକତାକୁ ନେଇ ଶରଦ ପାୱାରଙ୍କ ଦୃଢୋକ୍ତି

ଆସନ ବୁଝାମଣା ଉପରେ ମୋହର ବାଜିଥିବା ବେଳେ ସମସ୍ତେ ଏକ ହୋଇ ଲଢିବୁ ବୋଲି କହିଛନ୍ତି ଶରଦ ପାୱାର । ଏହି ଲଢେଇ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ବିଜୟ ସମ୍ଭାବନା ଥିବା ପ୍ରାର୍ଥୀଙ୍କୁ ଟିକେଟ ଦିଆଯିବ ବୋଲି କହିଛନ୍ତି ଶରଦ ପାୱାର । ସେପଟେ ବର୍ତମାନର ସରକାରକୁ ତଡିପାର କରିବାକୁ ଚେତାବନୀ ଦେବା ସହିତ ବିଜେପିର ଶୀର୍ଷ ନେତୃତ୍ୱଙ୍କ ଉପରେ ବଷିଛନ୍ତି ଉଦ୍ଧବ ଠାକରେ ।

ସୂଚନାଯୋଗ୍ୟ ଯେ, ମହାରାଷ୍ଟ୍ରର ମୋଟ ୪୮ଟି ଲୋକସଭା ଆସନ ପାଇଁ ୫ଟି ପର୍ଯ୍ୟାୟରେ ପଡିବ ଭୋଟ । ମୂଳ ଦଳରୁ ଅଲଗା ହେବା ପରେ ପ୍ରଥମ ଥର ପାଇଁ ଅଲଗା ଅଲଗା ଦଳୀୟ ଚିହ୍ନ ସହ ନିର୍ବାଚନୀ ମୈଦାନକୁ ଓହ୍ଲାଇବାକୁ ଯାଉଛନ୍ତି ଉଦ୍ଧବ ଗୋଷ୍ଠୀ ଶିବସେନା ଓ ଶରଦ ପାୱାର ଗୋଷ୍ଠୀ ଏନସିପି ।