୨୦୨୪ ନିର୍ବାଚନ ପାଇଁ ରାଜ୍ୟ ବିଜେପିର ପ୍ରସ୍ତୁତି : ଆଜି ବସିବ ଦଳର କାର୍ଯ୍ୟକାରିଣୀ ବୈଠକ

67

କନକ ବ୍ୟୁରୋ : ୨୦୨୪ ନିର୍ବାଚନ ପାଇଁ ରାଜ୍ୟ ବିଜେପିର ପ୍ରସ୍ତୁତି । ଆଜି ବସିବ ଦଳର କାର୍ଯ୍ୟକାରିଣୀ ବୈଠକ । ବୈଠକରେ ୨୦୨୪ ବିଧାନସଭା ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରାଯିବ । ବୈଠକ ପାଇଁ ଗତକାଲି ବିଜେପିର ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ କୋର କମିଟି ବୈଠକ ବସିଥିଲା । କିପରି ରାଜ୍ୟରେ ଡବଲ ଇଞ୍ଜିନ ସରକାର ଗଠନ ହେବ ସେ ନେଇ ଦଳୀୟ କର୍ମୀଙ୍କୁ ମନ୍ତ୍ର ଦେବେ ନେତା ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଆଇନଶୃଙ୍ଖଳା ପରିସ୍ଥିତି, ଅପରାଧୀକରଣ ରାଜନୀତି, ବେରୋଜଗାରୀ, ଜଳସେଚନ, ଚାଷୀ ଓ ଚାଷ ସମସ୍ୟା ଉପରେ ରାଜ୍ୟ ସରକାରଙ୍କ ନିଷ୍କ୍ରିୟତାକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ବିଜେପି ଗୁରୁତ୍ୱ ଦେଇଛି । ବୈଠକରେ କ୍ଷେତ୍ରୀୟ ପ୍ରଭାରୀ ସୁନିଲ ବଂଶଲ, ରାଜ୍ୟ ପ୍ରଭାରୀ ଡି ପୁରନ୍ଦେଶ୍ୱରୀଙ୍କ ସମେତ କେନ୍ଦ୍ରମନ୍ତ୍ରୀ, ଦଳର ସମସ୍ତ ସାଂସଦ ଏବଂ ବିଧାୟକମାନେ ଯୋଗ ଦେବେ ।