କର୍ଣ୍ଣାଟକରେ ବିଜେପିକୁ ମାତ୍ ଦେଇ ସରକାର ଗଢିପାରେ କଂଗ୍ରେସ : ସ୍ୱାଧୀନ ସଂସ୍ଥା ଦ୍ୱାରା ହୋଇଥିବା ଜନମତ ସର୍ଭେ ନେଇ ଚର୍ଚ୍ଚା

150

କନକ ବ୍ୟୁରୋ : କର୍ଣ୍ଣାଟକରେ ବିଜେପିକୁ ମାତ ଦେଇ ସରକାର ଗଢିବ କଂଗ୍ରେସ । ରାଜ୍ୟ ବାହାରର ଏକ ସ୍ୱାଧୀନ ସଂସ୍ଥା ଦ୍ୱାରା ହୋଇଥିବା ଜନମତ ସର୍ଭେରୁ ଏହା ଜଣାପଡିଛି । ଚଳିତ ବର୍ଷ ହେବାକୁ ଥିବା ଏହି ନିର୍ବାଚନରେ ମୋଟ ୨୨୪ ଆସନରୁ କଂଗ୍ରେସ ୧୦୮ରୁ ୧୧୪ ସିଟ୍ ଜିତିବ ବୋଲି ଆକଳନ କରାଯାଇଛି ।

କର୍ଣ୍ଣାଟକର ଆଇପିଏସଏସ ଟିମ ସହଯୋଗରେ ହାଇଦ୍ରାବାଦର ସାସ୍ ଗ୍ରୁପ୍ ଦ୍ୱାରା ନଭେମ୍ବର ୨୦ ରୁ ଜାନୁଆରୀ ୧୫ ତାରିଖ ମଧ୍ୟରେ ଏହି ସର୍ଭେ କରାଯାଇଛି । ସର୍ଭେ ଅନୁଯାୟୀ, ୨୦୨୩ରେ କଂଗ୍ରେସର ଭୋଟ ହାର ୩୮ ପ୍ରତିଶତକୁ ୪୦ ପ୍ରତଶତକୁ ବୃଦ୍ଧି ପାଇବ ବୋଲି କୁହାଯାଇଛି । ବିଜେପିର ଭୋଟ ହାର ୨ ଦଶମିକ ୩୫ ପ୍ରତିଶତ ଖସି ୩୪ ପ୍ରତିଶତରେ ରହିବ । ବିଶେଷକରି ବାଙ୍ଗାଲୁର ସହରରେ କଂଗ୍ରେସର ୧୩ ରୁ ୧୪ ଜଣ ବିଧାୟକ ନିର୍ବାଚିତ ହେବେ ବୋଲି ରିପୋର୍ଟରେ କୁହାଯାଇଛି ।