ସ୍ତ୍ରୀକୁ ପଢେଇବାକୁ ଜମି ବିକିଲେ, ନିଜେ ଚାକର ଭଳି ଖଟିଲେ, କନଷ୍ଟେବଳ ଚାକିରି ପାଇବା ପରେ ଭୁଲିଗଲା ସ୍ତ୍ରୀ ।

6,151

କନକ ବ୍ୟୁରୋ: ଉତ୍ତରପ୍ରଦେଶ ପୟାଗରାଜ ଏସଡିଏମ୍ ଜ୍ୟୋତି ମୌର୍ଯ୍ୟଙ୍କ କାହାଣୀ ପରି ଆଉ ଏକ ଘଟଣା ସାମ୍ନାକୁ ଆସିଛି । ଘରେ ବୁଢି ଶାଶୁ କାନ୍ଦି କାନ୍ଦି ବେହଲା ହେଲେଣି । ସ୍ୱାମୀ ବି ଘୋର ଚିନ୍ତାରେ । ହେଲେ ଚାକିରି କରିବା ପରେ ଘରକୁ ଆସିବାକୁ ମନା କରୁଛି ସ୍ତ୍ରୀ ।

ସ୍ତ୍ରୀକୁ ପଢାଇବାକୁ ଜମି ବିକିଲେ, ଚାକର ଭଳି ଘରର ସବୁ କାମ କଲେ, ହେଲେ କନଷ୍ଟେବଳ ଚାକିରୀ ପାଇବା ପରେ ଆଉ ଘର ମୁହଁ ଚାହୁଁନି ସ୍ତ୍ରୀ । ଏଭଳି ଘଟଣା ଘଟିଛି ପ୍ରୟାଗରାଜଠାରୁ ୫୦ କିଲୋମିଟର ଦୂର ମେଜା ଜରାର ଗାଓରେ ।

ଏଠିକାର ବାସିନ୍ଦା ରବିନ୍ଦ୍ର କୁମାର ଏକ ଘରୋଇ କମ୍ପାନୀରେ କାମ କରନ୍ତି । ତାଙ୍କ ପତ୍ନୀ ରେଶମା ଏବେ ୟୁପି ପୁଲିସରେ କାର୍ଯ୍ୟରତା ରବିନ୍ଦ୍ର ସ୍ତ୍ରୀକୁ ପଢାଇବାକୁ ଜମି ବିକିଲେ, ହେଲେ ସରକାରୀ ଚାକିରୀ ହୋଇଯିବା ପରେ ପୁଲିସରେ ଭର୍ତ୍ତି ହେଲେ ରେଶମା, ଏବେ ଘରଠାରୁ ଦୂରେଇ ରହୁଛନ୍ତି । ସ୍ତ୍ରୀଙ୍କ ଏଭଳି ବ୍ୟବହାରରେ ଘର ଲୋକ ଏବଂ ରବିନ୍ଦ୍ର କୁମାର ଚିନ୍ତାରେ ଦିନ କାଟୁଛନ୍ତି ।

ରବିନ୍ଦ୍ରଙ୍କ କହିବା କଥା, ରେଶମା ଓ ତାଙ୍କ ବିବାହ ୨୦୧୭ରେ ହୋଇଥିଲା । ବିବାହର ବର୍ଷକ ଯାଏଁ ଦୁହିଁଙ୍କ ଭିତରେ ବହୁତ ଭଲ ସମ୍ପର୍କ ଥିଲା । ପାଠ ପଢିବାକୁ ଚାହିଁବାରୁ ରେଶମାଙ୍କ ପଢା ପାଇଁ ଜମି ବିକିଥିଲେ ରବିନ୍ଦ୍ର । ଖାଲି ସେତିକି ନୁହେଁ ସ୍ତ୍ରୀର ପଢାରେ ଯେପରି ବ୍ୟାଘାତ ନଘଟେ ସେଥିପାଇଁ ଘରର ଅଧିକାଂଶ କାମ ନଜେ ରବିନ୍ଦ୍ର କରନ୍ତି । ବୁଢି ଶାଶୁ ମଧ୍ୟ କାମରେ ସାହାଯ୍ୟ କରନ୍ତି । ବର୍ଷକ ପରେ ରେଶମା ପୁଲିସ ଇଣ୍ଟରଭ୍ୟୁରେ ସିଲେକ୍ସନ୍ । ହେଲେ ଏବଂ କନଷ୍ଟେବଲ ଭାବେ ନିଯୁକ୍ତ ହେଲେ । ବାସ୍ ସେବେଠୁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ମନୋମାଳିନ୍ୟ ଆରମ୍ଭ ହେଲା । ଚାକିରୀ କ୍ଷେତ୍ରକୁ ଆଉ ଘରକୁ ଆସିବାକୁ ଚାହିଁଲେନି ରେଶମା । ଏନେଇ ଯେତେବେ ବୁଝାସୁଝା କଲେ ବି ବୁଝିବାକୁ ରାଜି ନଥିଲେ ରେଶମା । ଏଭଳି ସ୍ଥଳେ ତାଙ୍କ ପାଖକୁ ଯାଇଥିଲେ ରବିନ୍ଦ୍ର । ଫେରିବାରେ ଡେରି ହେବାରୁ ପୁଲିସରେ ନିଖୋଜ ମାମଲା ଦାଏର କରିଥିଲେ ରବିନ୍ଦ୍ରଙ୍କ ସମ୍ପର୍କୀୟ । କାରଣ ତାଙ୍କ ଉପରେ ସ୍ତ୍ରୀ ପକ୍ଷରୁ ବିପଦ ରହିଛି ବୋଲି କୁହାଯାଇଥିଲା ।

ସ୍ତ୍ରୀକୁ ଫେରିଆସିବାକୁ ରବିନ୍ଦ୍ର ବାରମ୍ବାର ଅନୁରୋଧ କରୁଥିଲେ ବି ରେଶମା କିନ୍ତୁ ଆସିବାକୁ ନାରାଜ । ପୁଲିସରେ ମାମଲା ଦାଏର କରି ତାଙ୍କ ଆତ୍ମସମ୍ମାନ କ୍ଷୁର୍ଣ୍ଣ କରିଥିବାରୁ ସେ ଫେରିବାକୁ ଚାହୁଁନଥିବା କହିଛନ୍ତି ସ୍ତ୍ରୀ ରେଶମା । ତେବେ ଏସଡିଏମ୍ ଜ୍ୟୋତି ମୌର୍ଯ୍ୟଙ୍କ ଘଟଣା ପରଠୁ ସ୍ତ୍ରୀମାନଙ୍କୁ ଆଗକୁ ପଢାଇବାକୁ ଡରୁଥିବା ଏବଂ ପଢାରୁ ଦୂରେଇ ରଖିବାକୁ ସ୍ୱାମୀମାନେ ଚାହୁଁଥିବା ଖବର ଆସୁଛି ।