‘ବାଲିଯାତ୍ରା’କୁ ନେଇ ବର୍ଷିଲେ ପ୍ରଭାତ ତ୍ରିପାଠୀ। ହସ୍ତକ୍ଷେପ ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ।

228

କନକ ବ୍ୟୁରୋ: ଯେଉଁ କଟକ ବାଲିଯାତ୍ରା କଥା ସୁଦୂର ଇଣ୍ଡୋନେସିଆର ବାଲିରେ ଉଠାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସେହି ବାଲିଯାତ୍ରା ପରିଚାଳନାକୁ ନେଇ ବର୍ଷିଛନ୍ତି ପ୍ରଭାତ ତ୍ରିପାଠୀ । ବାଙ୍କୀର ପୂର୍ବତନ ବିଜେଡି ବିଧାୟକଙ୍କ କ୍ଷୋଭ ହେଲା, ସାଂସ୍କୃତିକ ଐତିହ୍ୟ ବାଲିଯାତ୍ରାର ଗୁରୁତ୍ୱକୁ କମାଇ ଦେଇଛି କଟକ ଜିଲ୍ଲା ପ୍ରଶାସନା ସପିଂ ମଲ ଭଳି ଏହାକୁ କେବଳ ରଙ୍ଗୀନ ଆଲୋକ ଓ ସାଜସଜ୍ଜା ଭିତରେ ସୀମିତ ରଖାଯାଇଛି । କେଉଁ ବାବଦରେ କେତେଟଙ୍କା ଖର୍ଚ୍ଚା କରାଗଲା ତାର ଅଡିଟ ପାଇଁ ଦାବି କରିଛନ୍ତି । ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଛନ୍ତି କଟକ ଜିଲ୍ଲାପାଳ ।

ଜିଲ୍ଲାପାଳ ଇଙ୍ଗିତ କରିଛନ୍ତି ଯେ, କଟକ ମହାନଗର ପୂଜା କମିଟି ଓ ଶାନ୍ତି କମିଟିକୁ ବାଲିଯାତ୍ରା ଉତ୍ସବକୁ ନିମନ୍ତ୍ରଣ କରାଯାଇନଥିବାରୁ ଏଭଳି ଅଭିଯୋଗ ହେଉଛି । ଅନ୍ତିମ ଦିବସରେ ରାଜ୍ୟପାଳଙ୍କ କାର୍ଯ୍ୟକ୍ରମ ହେତୁ ସମୟ ସୀମିତ ଥିଲା । ସେହି ଅନୁସାରେ ଅଳ୍ପ ସଂଖ୍ୟକ ଲୋକଙ୍କୁ ସମ୍ବର୍ଦ୍ଧିତ କରାଗଲା । ବାକି ରହିଥିବା ବ୍ୟକ୍ତିଙ୍କୁ ଅନ୍ୟାନ୍ୟ ଅବସରରେ ସମ୍ବର୍ଦ୍ଧିତ କରାଯିବ । ବାଲିଯାତ୍ରା ସମୟରେ ପୂଜା କମିଟି ଓ ଶାନ୍ତି କମିଟିକୁ ଆମନ୍ତ୍ରଣ କରିବାର ବହୁ ପୁରୁଣା ପରମ୍ପରା ରହିଆସିଛି । ସେମାନଙ୍କୁ ନିମନ୍ତ୍ରଣ କରିନଥିବାରୁ କ୍ଷୋଭରେ ଅଡିଟ ପାଇଁ ଦାବି କରୁଥାଇପାରନ୍ତି ବୋଲି କହିଛନ୍ତି ପୂର୍ବତନ ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟ ।

କିଛିଦିନ ତଳେ ଇଣ୍ଡୋନେସିଆ, ବାଲିରେ ବାଲିଯାତ୍ରା କଥା କହିଥିଲେ ପ୍ରଧାନମନ୍ତ୍ରୀ । ଜି-୨୦ ଶିଖର ସମ୍ମିଳନୀରେ ଯୋଗଦେବାକୁ ଯାଇଥିବା ମୋଦୀ ସେଠାରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରି କଟକ ବାଲିଯାତ୍ରା କଥା ବୁଝାଇଥିଲେ । କଟକର ଐତିହାସିକ ବାଲିଯାତ୍ରା ଉତ୍ସବ, ଭାରତ ଓ ଇଣ୍ଡୋନେସିଆ ମଧ୍ୟରେ ଥିବା ହଜାର ବର୍ଷର ପୁରୁଣା ବ୍ୟବସାୟିକ ସମ୍ପର୍କର ସ୍ମୃତି ବୋଲି କହିଥିଲେ ମୋଦୀ । ମୋଦୀଙ୍କ ମୁହଁରେ ବାଲିଯାତ୍ରାର କଥା ଶୁଣି ପ୍ରବାସୀ ଭାରିତୀୟ ବି ବେଶ ଉତ୍ସାହିତ ହୋଇଥିଲେ । କରୋନା ପରେ ଲୋକଙ୍କ ଭିଡକୁ ଦେଖି ଏଥର ବାଲିଯାତ୍ରାକୁ ଦିନଟିଏ ପାଇଁ ବୃଦ୍ଧି କରାଯାଇଥିଲା ।