ମହିଳାଙ୍କୁ ଦିଆଯିବ ଡ୍ରୋନ ଟ୍ରେନିଂ, ଗରିବଙ୍କ ପାଇଁ ଆଉ ୫ ବର୍ଷ ମାଗଣା ରାସନ । ଜାଣନ୍ତୁ ଭାରତ ସରକାରଙ୍କ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

339

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍୍ର କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଛି । ଏହି କ୍ରମରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଗରିବ କଲ୍ୟାଣ ଅର୍ଣ୍ଣ ଯୋଜନାରେ ଗରିବ ଲୋକଙ୍କୁ ମିଳୁଥିବା ମାଗଣା ରାସନ ଆଉ ୫ ବର୍ଷ ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଏହି ଯୋଜନା ୨୦୨୪ ଜାନୁଆରୀ ପହିଲାରୁ ଲାଗୁ ହେବ । ଏହା ବ୍ୟତୀତ ମହିଳାମାନଙ୍କୁ ଡ୍ରୋନ ଉଡାଇବାର ଟ୍ରେନିଂ ଦିଆଯିବ । ଫଳରେ ମହିଳା ଚାଷୀମାନେ ଡ୍ରୋନ ସହାୟତାରେ ଜମିରେ ସାର ଓ ବିଷ ପକାଇପାରିବେ ।

ଟ୍ରେନିଂ ସରିବା ପରେ ଡ୍ରୋନ ଉଡାଉଥିବା ମହିଳାମାନଙ୍କୁ ମାସିକ ୧୫ ହଜାର ଓ ସହଯୋଗୀଙ୍କୁ ମାସିକ ୧୦ ହଜାର ଟଙ୍କା ସହାୟତା ଯୋଗାଇ ଦିଆଯିବ । ଏହି ଯୋଜନା ୨୦୨୬ ପର୍ଯ୍ୟନ୍ତ ଜାରି ରହିବ । ଏହି ଯୋଜନା ପାଇଁ କେନ୍ଦ୍ର ସରକାର ୧୨୬୧ କୋଟି ଟଙ୍କା ଖର୍ଚ୍ଚ କରିବେ ।

ଏହା ବ୍ୟତୀତ କ୍ୟାବିନେଟ ବୈଠକରେ ଷୋଡଶ ଅର୍ଥ ଆୟୋଗର ଟର୍ମ ଅଫ୍ ରେଫେରେନ୍ସକୁ କ୍ୟାବିନେଟର ମଞ୍ଜୁରୀ ମିଳିଛି । ବର୍ତ୍ତମାନ କମିଶନଙ୍କ କାର୍ଯ୍ୟକାଳ ୨୦୨୬ ମାର୍ଚ୍ଚ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ସେହିଭଳି କ୍ୟାବିନେଟ ବୈଠକରେ ଦୁଷ୍କର୍ମ ଓ ପୋକ୍ସୋ ଆଇନ ଅଧିନରେ ଫାଷ୍ଟ ଟ୍ରାକ ସ୍ପେଶାଲ କୋର୍ଟକୁ ୨୦୨୬ ପର୍ଯ୍ୟନ୍ତ ଚାଲୁ ରଖବାକୁ କ୍ୟାବିନେଟର ସହମତି ପ୍ରକାଶ ପାଇଛି ।