କେନ୍ଦ୍ର ସରକାର ଆଣିଲେ ନୂଆ ଯୋଜନା, ମାସିକ ୧ ଟଙ୍କା ଦେଇ ପାଆନ୍ତୁ ୨ ଲକ୍ଷ ଟଙ୍କାର ଜୀବନ ବୀମା

234

କନକ ବ୍ୟୁରୋ : ଯଦି ଆପଣଙ୍କ ପଚରାଯଏ କି ଆଜିର ଦିନରେ ୧ ଟଙ୍କାରେ କ’ଣ ମିଳୁଛି ତେବେ ଆପଣ ଏହା ହିଁ କହିବେ ଯେ ଯେଉଁ ସମୟରେ ଗୋଟିଏ ଦିଆସିଲିର ଦାମ ୨ ଟଙ୍କା ସେହି ସମୟରେ ୧ ଟଙ୍କାରେ କଣ ମିଳିବ । ହେଲେ ଏବେ ଆପଣ ମାସିକ ମାତ୍ର ୧ ଟଙ୍କା ଦେଇ ୨ ଲକ୍ଷ ଟଙ୍କାର ଜୀବନ ବୀମା କିଣିପାରିବେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୫ ମସିହାରେ ଦେଶର ପ୍ରତି ବ୍ୟକ୍ତିଙ୍କ ପାଖରେ ବୀମା ଲାଭ ପହଂଚାଇବାକୁ ‘ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ବୀମା ଯୋଜନା’ (ପିଏମଏସବିୱାଇ) ର ଆରମ୍ଭ କରିଥିଲେ । ଏହି ଯୋଜନା ମାଧ୍ୟମରେ ସରକାର ଅତି କମ ପ୍ରିମିୟମରେ ଲୋକଙ୍କୁ ଜୀବନ ବୀମା ପଲିସି ଯୋଗାଇ ଦେବାକୁ ପ୍ରୟାସ କରିଛନ୍ତି ।

ସରକାରଙ୍କ ଉର୍ଦ୍ଦେଶ୍ୟ ହେଉଛି କି ଏହି ଯୋଜନା ମାଧ୍ୟମରେ ନିମ୍ନ ଆୟ ବର୍ଗର ଲୋକଙ୍କୁ ଜୀବନ ବୀମା ସୁବିଧା ଯୋଗାଇ ଦେବା । ଏନେଇ ସରକାର ଏହାର ବାର୍ଷିକ ପ୍ରିମିୟମ ମାତ୍ର ୧୨ ଟଙ୍କା ରଖିଛନ୍ତି । ଅର୍ଥାତ ଏହି ବୀମା କିଣିବାକୁ ଆପଣଙ୍କୁ ମାସିକ ୧ ଟଙ୍କା ପ୍ରିମିୟମ ଦେବାକୁ ହେବ ।

ଏହି ଯୋଜନାରେ ବୀମାଧାରକଙ୍କୁ ଦୁର୍ଘଟଣାରେ ମୃତ୍ୟୁ ହେଲେ କିମ୍ବା ସମ୍ପୂର୍ଣ୍ଣ ବିକଳାଙ୍ଗ ହୋଇଗଲେ ୨ ଲକ୍ଷ ଟଙ୍କାର ବୀମାରାଶି ମିଳିବ । ଏହାସହ ଆଂଶିକ ରୂପେ ବିକଳାଙ୍ଗ ହେଲେ ବୀମା ଧାରକଙ୍କୁ ୧ ଲକ୍ଷ ଟଙ୍କାର ବୀମାରାଶି ଉପଲବ୍ଧ ହେବ ।

ଏହି ଯୋଜନାର ଲାଭ ୧୮-୭୦ ବର୍ଷ ବୟସର ଲୋକମାନେ ଉଠାଇ ପାରିବେ । ଏନେଇ ଆପଣଙ୍କର କୌଣସି ବ୍ୟାଙ୍କରେ ଆକାଉଣ୍ଟ ଥିବା ନିହାତି ଜରୁରୀ । ଯଦି ଆପଣଙ୍କର ଗୋଟିଏରୁ ଅଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି ତେବେ ଆପଣଙ୍କର ଗୋଟିଏ ଆକାଉଣ୍ଟରୁ ବାର୍ଷିକ ୧୨ ଟଙ୍କା କାଟି ନେବାପାଇଁ ଆପଣ ବ୍ୟାଙ୍କ କର୍ତ୍ତୁପକ୍ଷଙ୍କୁ ଏକ ଆବେଦନ କରିପାରିବେ ।