ମୁଖ୍ୟ ଶାସନ ସଚିବ ଭାବେ ଆଜି ଦାୟିତ୍ୱ ନେବେ ପ୍ରଦୀପ ଜେନା : ସୁରେଶ ମହାପାତ୍ରଙ୍କ ପରେ ୧୯୮୯ ବ୍ୟାଚର ଆଇଏଏସ ଅଫିସରଙ୍କୁ ମିଳିଛି ଦାୟିତ୍ୱ

111

କନକ ବ୍ୟୁରୋ : ମୁଖ୍ୟ ଶାସନ ସଚିବ ଭାବେ ଆଜି ଦାୟିତ୍ୱ ଗ୍ରହଣ କରିବେ ପ୍ରଦୀପ କୁମାର ଜେନା । ଗତକାଲି ମୁଖ୍ୟ ଶାସନ ସଚିବ ପଦରୁ ସୁରେଶ ଚନ୍ଦ୍ର ମହାପାତ୍ର ଅବସର ନେଇଥିଲେ । ଆଜି ତାଙ୍କ ସ୍ଥାନରେ ପ୍ରଶାସନିକ ମୁଖ୍ୟ ଭାବେ କାର୍ଯ୍ୟଭାର ଗ୍ରହଣ କରିବେ ୧୯୮୯ ବ୍ୟାଚ ଆଇଏଏସ ଅଫିସର ପ୍ରଦୀପ ଜେନା । ଗତକାଲି ବିଦାୟୀ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ନୂଆ ମୁଖ୍ୟ ଶାସନ ସଚିବ ଉଭୟ ପ୍ରଦୀପ ଜେନା ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ ।

ଉନ୍ନୟନ କମିଶନର ଅନୁଗର୍ଗ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ । ଏହି ସାକ୍ଷାତ ଆଲୋଚନା ସମୟରେ ଫାଇବ ଟି ସଚିବ ଭିକେ ପାଣ୍ଡିଆନ ମଧ୍ୟ ଉପସ୍ଥିତ ରହିଥିଲେ । ଆଗକୁ ଆସୁଛି ସାଧାରଣ ନିର୍ବାଚନ । ପ୍ରଦୀପ ଜେନା ମୁଖ୍ୟ ଶାସନ ଥିବା ସମୟରେ ଅନୁଷ୍ଠିତ ହେବ ୨୦୨୪ ସାଧାରଣ ନିର୍ବାଚନ । ଠିକ୍ ଏଭଳି ଏକ ସମୟରେ ତାଙ୍କ ଉପରେ ଆସ୍ଥା ରଖିଛନ୍ତି ରାଜ୍ୟ ସରକାର । ତେଣୁ ସରକାରଙ୍କ ଆସ୍ଥା ଭାଜନ ହେବା ଏବଂ ନିର୍ବାଚନର ସୁପରିଚାଳନା କରିବା ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହୋଇପାରେ । ସେପଟେ ସୁରେଶ ମହାପାତ୍ର ଓଇଆରସି ଅଧ୍ୟକ୍ଷ ଦାୟିତ୍ୱ ତୁଳାଇବେ ।