ହୋଲି ପୂର୍ବରୁ ମହଙ୍ଗା ମାଡ । ବଢିଲା ଘରୋଇ ଏଲପିଜି ଦର । କମର୍ସିଆଲ ସିଲିଣ୍ଡର ଦରରେ ଲମ୍ବା ଡିଆଁ

265

କନକ ବ୍ୟୁରୋ: ହୋଲି ପୂର୍ବରୁ ଫୁଟିଲା ମହଙ୍ଗା ବୋମା । ୧୪.୨ କେଜିର ଘରୋଇ ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି ହୋଇଥିବାବେଳେ କମର୍ସିଆଲ ଗ୍ୟାସ ଦର ଲମ୍ବା ଡିଆଁ ମାରିଛି । କମର୍ସିଆଲ ସିଲିଣ୍ଡର ପିଛା ଏକାବେଳକେ ୩୫୦.୫୦ ବୃଦ୍ଧି ପାଇଛି ।

ଏହାସହ ଦିଲ୍ଲୀରେ ୧୯ କେଜିର କମର୍ସିଆଲ ସିଲିଣ୍ଡର ପାଇଁ ଲୋକଙ୍କୁ ୨୧୧୯.୫୦ ଟଙ୍କା ଦେବାକୁ ପଡିବ । ସେହିପରି ଘରୋଇ ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ଏଣିକି ୧୧୦୩ ଟଙ୍କା ଦେବାକୁ ପଡିବ । ଏହି ଦର ଆଜିଠୁ ଲାଗୁ କରାଯାଉଛି ।