ଗରମ ଗୁଳୁଗୁଳି ଭିତରେ ଦୁର୍ଦ୍ଦଶା ବଢାଉଛି ବିଜୁଳିକାଟ୍ : ସାରା ରାଜ୍ୟରେ ଘନଘନ ପାୱାର କଟ୍; କିଏ ଗଛ ମୂଳେ ତ କିଏ ବିଞ୍ଚଣାର ନେଉଛି ଆଶ୍ରା

166

କନକ ବ୍ୟୁରୋ : କିଛି ଦିନ ହେଲା ଗରମ ଗୁଳୁଗୁଳି ଯୋଗୁ ଜନଜୀବନ ଅତିଷ୍ଠ ହୋଇପଡିଛି । ଆଉ ତା ସହିତ ଘନ ଘନ ବିଦ୍ୟୁତ କାଟ ଲୋକଙ୍କ ଦୁର୍ଦ୍ଦଶାକୁ ଆହୁରି ବଢାଇ ଦେଇଛି । ଦିନ ହେଉ କି ରାତି ପ୍ରତି ସମୟରେ ବିଦ୍ୟୁତ କାଟ ହେଉଛି । ଦିନ ସମୟରେ ତାତି ଅପେକ୍ଷା ରାତି ବେଳେ ଗରମ ଗୁଳଗୁଳି ଜୀବନ ଅତିଷ୍ଠ ହୋଇପଡୁଛି । ତା ସହିତ ଘନ ଘନ ବିଦ୍ୟୁତ କାଟ ହେଉଛି ।

ବିଭିନ୍ନ ସ୍ଥାନରେ ଏହି ଭଳି ବିଦ୍ୟୁତ କାଟ ହେଉଥିବା ବେଳେ ଅସହ୍ୟ ଗରମରୁ ରକ୍ଷା ପାଇବାକୁ କିଏ ଗଛ ମୂଳରେ ଆଶ୍ରା ନେଉଛି ତ ଆଉ କିଏ ବିଞ୍ଚଣାର ଆଶ୍ରା ନେଉଛି । ସେହଭିଳି ବିଦ୍ୟୁତ କାଟରେ ଜୀବନ ଅସହ୍ୟ ହେଉଥିବା ବେଳେ ପିଲାଙ୍କ ପାଠ ପଢାରେ ବ୍ୟାଘାତ ସୃଷ୍ଟି ହେଉଛି । ଘନ ଘନ ବିଦ୍ୟୁତ କାଟ ଲୋକଙ୍କ ଦୁର୍ଦ୍ଦଶା ବଢାଇ ଚାଲିଥିବା ବେଳେ ଏନେଇ ଅଭିଯୋଗ ହୋଇଛି । ହେଲେ ସମସ୍ୟା ପୂର୍ବବତ୍ ରହିଛି ।