ପୋଲାଭରମରେ ଆଡି ବନ୍ଧ ନିର୍ମାଣ କରିବା ପାଇଁ କୈାଣସି ଜଙ୍ଗଲ ଜମିର ଆବଶ୍ୟକତା ନାହିଁ : କେନ୍ଦ୍ର ଜଳସମ୍ପଦ ରାଷ୍ଟ୍ରମନ୍ତ୍ରୀ

36

କନକ ବ୍ୟୁରୋ : ଥମିବାରେ ନା ନେଉନାହିଁ ପୋଲାଭରମ ବିବାଦ । ଏହି ପ୍ରକଳ୍ପକୁ କେନ୍ଦ୍ର ସରକାର ଜାତୀୟ ପ୍ରକଳ୍ପର ମାନ୍ୟତା ଦେବାପରେ ଏହାର ଆଗ୍ରଗତିକୁ ନେଇ ପ୍ରତ୍ୟେକ ମାସ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ର ବାବୁନାଇଡୁ ତାହାର ସମୀକ୍ଷା କରୁଛନ୍ତି । ତେବେ ଏହି ପ୍ରକଳ୍ପ ହେଲେ ଓଡିଶା ସମେତ ଛତିଶଗଡ ଓ ତେଲାଙ୍ଗାନାର ଅନେର ଅଞ୍ଚଳ ଜଳମଗ୍ନ ହେବ । ତେଣୁ ଏହାକୁି ବିରୋଧ କରି ଓଡିଶା ସର୍ବୋଚ୍ଚ ନ୍ୟାୟାଳୟରେ ମାମଲା ମଧ୍ୟ ଦାୟର କରିଛନ୍ତି । ତେବେ ରାଜ୍ୟ ସଠିକ ସମୟରେ ମୁଖ୍ୟ ପ୍ରସଙ୍ଗ କୋର୍ଟଙ୍କୁ ଅବଗତ ନକଲେ କୋର୍ଟ ନିଜେ ମୁଖ୍ୟ ପ୍ରସଙ୍ଗ ବାହାର କରି ବିଚାର କରିବେ ବୋଲି କହିସାରିଛନ୍ତି । ଏପଟେ ସ୍ଥାନୀୟ ସରକାର ଏହାକୁ ଯଥାଶୀଘ୍ର ସମାପ୍ତ କରିବା ପାଇଁ ଚେଷ୍ଟା କରିଥିବାର ଦେଖାଯାଇଛି । କିନ୍ତୁ ପୋଲାଭରମ ଯେଉଁ ସ୍ଥାନରେ ନିର୍ମାଣ କରାଯାଇଛି ସେଠାକାର ସ୍ଥାନୀୟ ଜଙ୍ଗଲରେ ବ୍ୟାପକ କ୍ଷତି ହେବ ବୋଲି ସୂଚନା ମିଳିବା ପରେ ଅନେଇ ଗୃହରେ ଗୁରୁବାର ଆଲୋଚନା ହୋଇଥିଲା ।

 

ତେବେ ଆନ୍ଧ୍ରପ୍ରଦେଶ ସରକାରଙ୍କ ସୂଚନା ଅନୁସାରେ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରାଳୟ ଦ୍ୱାରା ଜୁଲାଇ ୭, ୨୦୧୦ରେ ପୋଲାଭରମ ପ୍ରକଳ୍ପକୁ ଷ୍ଟେଜ୍-୨ ଜଙ୍ଗଲ ମଂଜୁରୀ ପ୍ରଦାନ କରାଯାଇଥିଲା। ଏନେଇ ଲୋକସଭାରେ ସାଂସଦ ରବିନ୍ଦ୍ର କୁମାର ଜେନାଙ୍କର ପ୍ରଶ୍ନର ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଜଳସମ୍ପଦ ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ସିଂହ ମେଘଓ୍ଵାଲ । ଏତଦ୍ବ୍ୟତୀତ ପୋଲାଭରମ ପ୍ରକଳ୍ପ ପ୍ରାଧିକରଣ ସୁରକ୍ଷାତ୍ମକ ଆଡ଼ିବନ୍ଧ ନିର୍ମାଣ କରାଯିବାରେ ଜଙ୍ଗଲ ଜମିର ଆବଶ୍ୟକତା ନଥିବା ଅବଗତ କରାଯାଇଥିବା କେନ୍ଦ୍ର ଜଳସମ୍ପଦ ରାଷ୍ଟ୍ରମନ୍ତ୍ରୀ ଉତ୍ତରରେ କହିଛନ୍ତି। ତେବେ ପୋଲାଭରମର ଉଚ୍ଚତା ହ୍ରାସ କରିବା ପାଇଁ ଅନେର ରାଜ୍ୟ ଦାବୀ କରିଛନ୍ତି । ତେବେ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ପୋଲାଭରମକୁ ସୁରକ୍ଷା ଦେବାପାଇଁ ଯେଉଁ ଆଡି ବନ୍ଧ ନିର୍ମାଣ କରାଯିବ ସେଥିପାଇଁ କୈାଣସି ଜଙ୍ଗଲ ଜମିର ଆବଶ୍ୟକତା ନାହିଁ ବୋଲି ଜଳସମ୍ପଦମନ୍ତ୍ରୀ ଗୃହରେ କହିଛନ୍ତି ।