କନକ ବ୍ୟୁରୋ : ଆଜି ଅପରାହ୍ନରେ ବିଜୁ ପଟ୍ଟନାୟକଙ୍କ ଜୀବନୀ ଉପରେ ଆଧାରିତ ପୁସ୍ତକ ଦ ଟଲ ମ୍ୟାନ ଉନ୍ମୋଚିତ ହେବ । ଏଥିପାଇଁ ଆଜି ଭୁବନେଶ୍ୱରେ ପହଞ୍ଚିଛନ୍ତି ଜାତୀୟସ୍ତରର ଚାରି ବରିଷ୍ଠ ନେତା । ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ.ଡି ଦେବଗୌଡା, ସିପିଏମ ନେତା ସୀତାରାମ ୟେଚୁରୀ ଓ ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ପ୍ରମୁଖ ଏହି ପୁସ୍ତକ ଉନ୍ମୋଚନ ପାଇଁ ଓଡିଶାରେ ପହଞ୍ଚିଛନ୍ତି । ତେବେ ଏହି ୪ ପୁରୁଖା ନେତା ବିମାନବନ୍ଦରରେ ପହଞ୍ଚିବା ପରେ ନବୀନ ତାଙ୍କୁ ସ୍ୱାଗତ କରିବା ପରେ ସିଧା ନବୀନ ନିବାସ ଯାଇଥିଲେ ।
Kanak News is now on WhatsApp
Join and get latest news updates delivered to you via WhatsApp
It was great pleasure to have enlightened company of Shri @CitiznMukherjee, Shri HD Deve Gowda, Shri LK Advani & Shri @SitaramYechury at Naveen Niwas. Had wonderful interaction over our much loved #Pakhala & Odia delicacies #PiajaPeetha #SagaBadi #Drumstickfry & famed #Chhenapoda pic.twitter.com/GWcpVGwL9t
— Naveen Patnaik (@Naveen_Odisha) January 27, 2018
କିଛି ସମୟ ଆଲୋଚନା ପରେ ଡାଇନିଂ ଟେବୁଲକୁ ଡାକି ନେଇଥିଲେ ନବୀନ । ଏହି ୪ ନେତାଙ୍କ ପାଇଁ ମଧ୍ୟାହ୍ନ ଭୋଜନର ଆୟୋଜନ କରିଥିଲେ ନବୀନ । ଜାତୀୟସ୍ତରର ଏହି ୪ ନେତାଙ୍କୁ ଓଡ଼ିଶା ଖାଦ୍ୟର ସ୍ୱାଦ ଚଖାଇଥିଲେ ବିଜେଡି ସୁପ୍ରିମୋ । ପୂରା ଦେଶୀ ଷ୍ଟାଇଲରେ ପରାଷା ଯାଇଥିଲା ଦେଶୀ ଖାଦ୍ୟ । ଡାଇଡ଼ିଂ ଟେବୁଲ ଉପରେ କଦଳୀ ପତ୍ରରେ ପରଷାଗଲା ଦେଶୀ ଆଇଟମ । କଦଳୀ ପତ୍ର ଉପରେ ପରଷା ଯାଇଥିଲା ପଖାଳ, ସଜନା ଛୁଇଁ ଭଜା, ପିଆଜ ପିଠା, ଶାଗ ବଡି ଓ ପ୍ରସିଦ୍ଧ ଛେନା ପୋଡ । ଏହି ନିରାମଷ ଖାଦ୍ୟକୁ ପେଟଭରି ଖାଇଥିଲେ ୪ ନେତା । ନବୀନ ମଧ୍ୟ ସେମାନଙ୍କ ସହ ମଧ୍ୟାହ୍ନ ଭୋଜନ କରିଥିଲେ । ପରେ ୪ ନେତାଙ୍କ ସହ ମିଶି ଖାଉଥିବାର ଫଟୋ ଟ୍ୱିଟରରେ ସେୟାର କରିଥିଲେ ନବୀନ ।
Pleased to see the unique & wonderful team..👌.. I hope, they must have enjoyed our delicious Odia items a lot…. 👍
— Bikram Swain (@Bikram_Odisha) January 27, 2018
ତେବେ ନବୀନ ଏହି ଫଟୋ ଟ୍ୱିଟରରେ ସେୟାର କରିବା ପରେ ଅଧିକାଂଶ ୟୁଜର୍ସ ଏହାକୁ ନେଇ ମଜାଳିଆ ମନ୍ତବ୍ୟ ଦେଇଛନ୍ତି । କିଛି ଲୋକ କହିଛନ୍ତି ଶୀତ ଦିନେ ଏହି ପଖାଳ ଆଇଡିଆ ନବୀନଙ୍କୁ କିଏ ଦେଲା । ଜାତୀୟ ସ୍ତରର ନେତା କଣ ଶୀତଦିନେ ପଖାଳ ଖାଇବାକୁ ପସନ୍ଦ କରିବେ । ଏହାଦ୍ୱାରା ତାଙ୍କୁ ଥଣ୍ଡା ହୋଇଯିବ ।
Good morning @Naveen_Odisha Sir Excellent #Odiya Menu I am sure All must have liked n enjoyed it. Thanks
— Colonel SK Padhi (R) (@HAPPY_ARMY_MAN) January 27, 2018
ଆଉ କିଛି ଲୋକ କହିଛନ୍ତି ପଖାଳ ଦେଖି ବୋଧହୁଏ ପୂର୍ବତନ ପ୍ରଧାନମନ୍ତ୍ରୀ ଦେବଗୌଡାଙ୍କୁ ନିଦ ଆସିଲାଣି । ଏହାଛଡା କିଛି ଲୋକ ଜାତୀୟ ସ୍ତରର ନେତାଙ୍କୁ ଓଡ଼ିଶା ଖାଦ୍ୟ ଖାଇବାକୁ ଦେଇଥିବାରୁ ନବୀନଙ୍କ ଏହି ପଖାଳ ଆଇଡିଆକୁ ପସନ୍ଦ କରିଛନ୍ତି । ତେବେ ଏସବୁ ଭିତରେ କିଛି ଲୋକ ମଜାଳିଆ ଢଙ୍ଗରେ କହିଛନ୍ତି, ନବୀନଙ୍କ ଡାଇନିଂ ଟେବୁଲରେ ରସଗୋଲା ନଥିଲା । ତେଣୁ ରସଗୋଲା ନରଖି ନବୀନ ଭଲ କରିଛନ୍ତି ବୋଲି କହିଛନ୍ତି କିଛି ୟୁଜର୍ସ ।
ଭଲ କରିଛନ୍ତି ବିବାଦୀୟ ରୋସଗୋଲ୍ଲାକୁ ରଖିନାହାନ୍ତି.. 😜😜 https://t.co/HNF5OehNsI
— ନିଧି ଅଜା (@nidhi_budha) January 27, 2018